ମୋଦୀ କ’ଣ ସତରେ ଛାଡିବେ ସୋସିଆଲ ମିଡିଆ?

ମିଡିଆ ଛାଡିବା ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଛାଡିବାକୁ ନେଇ କରିଥିବା ଟ୍ୱିଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କ’ଣ ସତରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଛାଡୁଛନ୍ତି । ଏହାକୁ ନେଇ ଭି୍‌ନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ମୋଦୀ ସୋସିଆଲ ମିଡିଆ ଛାଡ଼ିବା ବିଷୟ ଟ୍ବିଟରରେ ସୂଚନା ଦେବା ପରେ ଅନେକ ବ୍ୟକ୍ତି ଏ ନେଇ ଟ୍ବିଟରରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି। ଏହା ପରେ ଟ୍ୱିଟର ଫଲୋୟର୍ସମାନେ ମୋଦୀଙ୍କୁ ଟ୍ୱିଟର ନ ଛାଡିବାକୁ ଅନୁରୋଧ କରିଛନ୍ତି | #NoSir ନାମରେ ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ଲାଗିଛି |

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ଵିଟ କରି ଲେଖିଥିଲେ ଯେ ସୋସିଆଲ ମିଡିଆ ନ ଛାଡ଼ି ଘୃଣାକୁ ତ୍ୟାଗକର । ଆଉ କିଛି ଫଲୋୟର୍ସ ମୋଦୀଙ୍କ ସୋସିଆଲ ମିଡ଼ିଆ ଛାଡିବାକୁ ନେଇ ସ୍ୱାଗତ କରିଛନ୍ତି | #YesSir ନାମରେ ଟ୍ରେଣ୍ଡ ମଧ୍ୟ ଟ୍ୱିଟରରେ ଦେଖିବାକୁ ମିଳିଛି |

ଏଠାରେ ସୂଚନା ଥାଉ କି ସୋସିଆଲ ମିଡିଆରେ ମୋଦୀଙ୍କର ବହୁ ପ୍ରଶଂସକ ଏବଂ ଅନୁଗାମୀ ରହିଛନ୍ତି। ଟ୍ବିଟରରେ ୫୩.୩ ନିୟୁତ, ଫେସବୁକ୍‌ରେ ୪୪ ନିୟୁତ ୭ ଲକ୍ଷ ୨୨ ହଜାର ୧୪୩ ଜଣ, ଇନଷ୍ଟାଗ୍ରାମରେ ୩୫.୨ ନିୟୁତ ଏବଂ ୟୁଟ୍ୟୁବ୍‌ରେ ୪.୫ ନିୟୁତ ଲୋକ ମୋଦୀଙ୍କର ଅନୁଗାମୀ ରହିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ ବାର୍ତା ଦେବାରେ ମୋଦୀ ବହୁ ଆଗରେ ରହିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କର ଅନୁଗାମୀ ସଂଖ୍ୟା ଟ୍ବିଟରରେ ୫୦ ନିୟୁତ ଅତିକ୍ରମ କରିଛି। ଏଭଳି ମାଇଲଖୁଂଟ ହାସଲ କରିବାରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପରେ ବିଶ୍ବର ତୃତୀୟ ବ୍ୟକ୍ତି।

Leave A Reply

Your email address will not be published.