ବାଳୁକା କଳାକୃତିରେ ପ୍ରବାଦ ପୁରୁଷ ବିଜୁବାବୁ

ପୁରୀ: ଆଜି ପଂଚାୟତିରାଜ ଦିବସ ତଥା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ବିଜୁ ବାବୁଙ୍କ ବାଲୁକା କଳାକୃତି ବେଶ୍ ଆକର୍ଷଣୀୟ ହୋଇଛି।

ଏନେଇ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,“  ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିରେ ମୁଁ ପ୍ରତିବର୍ଷ ବାଲୁକା କଳାରେ ତାଙ୍କ ପ୍ରତିମୂର୍ତି ପ୍ରସ୍ତୁତ କରେ।  ଚଳିତ ଥର ମଧ୍ୟ ଏହା କରିଥିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ  ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ”

Leave A Reply

Your email address will not be published.