ସରିଲା କଂଗ୍ରେସର ତିନିଦିନିଆ ମାନସ ମନ୍ଥନ : ସୁପାରିଶ ନୁହେଁ,ମେରିଟ୍ ଆଧାରରେ ହେବ କଂଗ୍ରେସ ପ୍ରାର୍ଥୀ ଚୟନ –  ଚିତେନ୍ଦ୍ର ସିଂହ

ଭୁବନେଶ୍ବର  :  ସୁପାରିଶ ଭିତ୍ତିରେ ନୁହେଁ ବରଂ ମେରିଟ ଭିତ୍ତିରେ ହେବ କଂଗ୍ରେସର ପ୍ରାର୍ଥୀ ଚୟନ । କଂଗ୍ରେସର ତିନି ଦିନିଆ ମାନସ ମନ୍ଥନ ପରେ ଏମିତି ସୂଚନା ଦେଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ । ଏହା ସହ କଂଗ୍ରେସର ଜାତୀୟ ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ଆଞ୍ଚଳିକ ସମସ୍ୟା ମଧ୍ୟ ସ୍ଥାନିତ ହେବ ବୋଲି କହିଛନ୍ତି ଜିତେନ୍ଦ୍ର । ପୂର୍ବରୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ର୍ରାର୍ଥୀ ଚୟନରେ ସୁପାରିଶ ଅଧିକ କାମକରେ ଓ ଟିକେଟ ବିକ୍ରି ହୁଏ ବୋଲି ଚର୍ଚ୍ଚା ହୁଏ । ତାହା ପୂର୍ବରୁ ଜିତେନ୍ଦ୍ରଙ୍କ ଏପରି ସୂଚନା ବେଶ ଗୁରୁତ୍ବ ରଖୁଛି । ଏହା ସହ ଅଗଷ୍ଟ ମାସ ଶେଷ ସୁଦ୍ଧା କଂଗ୍ରେସ ରାଜ୍ୟର ୫୦ ପ୍ରତିଶତ ସିଟରେ ପାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଜିତେନ୍ଦ୍ର । ସେପଟେ ପିସି ସଭାପତି କହିଛନ୍ତି ରାଜ୍ୟ କଂଗ୍ରେସ ନିର୍ବାଚନ ଲାଗି ପ୍ରସ୍ତୁତ ।

Leave A Reply

Your email address will not be published.