ରାସ୍ତାହେଲା କାଳ : ଆସିପାରିଲାନି ଆମ୍ବୁଲାନ୍ସ ମହିଳାଙ୍କ ଜୀବନ ଗଲା

ମାଲକାନଗିରି :  ରାସ୍ତା ଅବସ୍ଥା ଶେ।ଚନୀୟ ଯେ।ଗୁଁ ମହିଳାଙ୍କ ଜୀବନ ଗଲା । ଡାକ୍ତରଖାନାକୁ ଯିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହେ।ଇସାରିଥିଲା । ମାଲକାନଗିରି  ଖଇରପୁଟ ବ୍ଲକ ସଦର ପଞ୍ଚାୟତର କାଦଗୁଡା ଗାଁର ଜମ୍ବତି କଂସାରୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡକାଇଥି​ଲେ । ହେଲେ କାଦୁଅ ପାଇଁ ଗାଁ ଭିତରକୁ ଯାଇପାରିଲାନି 108 ଆମ୍ବୁଲାନ୍ସ । ଶେଷରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ଏକ ଖଟିଆରେ ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ  । ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହେ।ଇସାରଇଥିଲା । ଖଇରପୁଟ ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂର କାଦଗୁଡା ଗାଁ । କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ରାସ୍ତାରେ ଆଣ୍ଠୁଏ କାଦୁଅ ହୋଇଥିବାରୁ ସାଇକେଲ ଖଣ୍ଡେ ଯିବା ମୁସ୍କିଲ ହେ।ଇପଡିଛି ।

Leave A Reply

Your email address will not be published.