ଗ୍ୟାଙ୍ଗଷ୍ଟର ଟିଟୋକୁ  କେମିତି ମିଳିଲା ପେଟ୍ରୋଲ ପମ୍ପ : ସିବିଆଇ ତଦନ୍ତ  ଲାଗି IOCLରସୁପାରିଶ

ଭୁବନେଶ୍ବର  :   ଗ୍ୟାଙ୍ଗଷ୍ଟର ଟିଟୋକୁ କିଭଳି ଭାବେ ପେଟ୍ରୋଲ ପମ୍ପ ଆବଣ୍ଟନ କରାଗଲା ସେନେଇ ସିବିଆଇ ତଦନ୍ତ କରିବା ଲାଗି ଆଇଓସିଏଲ ଅନୁରୋଧ କରିଛି ଆଇଓସିଏଲ। ପେଟ୍ରୋଲିୟମ ମନ୍ତ୍ରଣାଳୟର ପରାମର୍ଶ କ୍ରମେ  ସିବିଆଇ ତଦନ୍ତ  ଲାଗି କମ୍ପାନି ସୁପାରିଶ କରିଛି।  ଟିଟୋକୁ ପାରାଦୀପ ଓ କେନ୍ଦ୍ରାପଡ଼ା ସହରରେ ଦୁଇଟି ପେଟ୍ରୋଲ ପମ୍ପ ଆଲଟ ହୋଇଛି।  ଭାରତୀୟ ତୈଳ ନିଗମ ଇଣ୍ଡିଆନ ଅଏଲ ପକ୍ଷରୁ ଏହି ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି।  ଅପରାଧ ପୃଷ୍ଠଭୂମି ଥିବା ଜଣେ ବ୍ୟକ୍ତିକୁ କେମିତି ପେଟ୍ରୋଲ ପମ୍ପ ଆବଣ୍ଟନ କରାଗଲା ମନ୍ତ୍ରଣାଳୟ ପକ୍ଷରୁ କମ୍ପନୀକୁ ନୋଟିସ କରାଯାଥିଲା। କମ୍ପାନି ଏହାର ଅନୁଧ୍ୟାନ ପରେ ଜାଣିବାକୁ ପାଇଛି ଯେ ଦୁଇଟି ଯାକ ପେଟ୍ରୋଲ ପମ୍ପ ଆବଣ୍ଟନରେ ଗାଇଡଲାଇନ ଉଲ୍ଲଂଘନ କରାଯାଇଛି।  ଯାହାକୁ ଦୃଷ୍ଟିରେ ରଖି ଏହାର  ସିବିଆଇ ତଦନ୍ତ ସୁପାରିଶ କରିବା ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟ ଆଇଓସିଏଲକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.