ନୂଆଦିଲ୍ଲୀ: କୋରୋନା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ କୃଷକମାନେ ନିଜ ବିଲରେ କାମ କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏଥିନିମନ୍ତେ ଖୁବ୍ ଶୀଘ୍ର ନୀତି ନିୟମ ଲାଗୁ କରାଯିବ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନ୍ ସମ୍ବନ୍ଧୀୟ ମୂଳ ବିଜ୍ଞପ୍ତିକୁ ସଂଶୋଧନ କରି କେନ୍ଦ୍ର ସରକାର ଚାଷକାମକୁ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ତାଲିକାଭୁକ୍ତ କରିଛନ୍ତି । ଏଥିରେ ରହିଛି ଫସଲ ଅମଳ, ଅମଳ ଫସଲର ପରିବହନ, ପାଇକାରୀ ବଜାର ଏବଂ ଖାଦ୍ୟ ବର୍ଗୀକରଣ ପ୍ରଭୃତି କାର୍ଯ୍ୟ ।
ମହାମାରୀ ଚାଲିଥିବା ବେଳେ କୃଷିକାର୍ଯ୍ୟ ଉପରୁ ହଟିଥିବା କଟକଣା ଆଦେଶକୁ କିଭଳି ନିରାପଦ ଉପାୟରେ ଲାଗୁ କରାଯାଇ ପାରିବ ତାହା ରାଜ୍ୟ ସରକାର ସ୍ଥିର କରିବେ ।
