ଆଜିଠୁ ଉଡିବ କାର୍ଗୋ ବିମାନ

ଭୁବନେଶ୍ୱର: ଆଜିଠୁ ପୁଣିଥରେ ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି।

ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ ଆରମ୍ଭ କରି  ଏହି ବିମାନ  ୪.୫୦ରେ ଭୁବନେଶ୍ୱରରେ ପହଂଚିବ। ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଂଚିବ। ପରବର୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ ଏହି କାର୍ଗୋ ବିମାନ। ଦେଶରେ ଲକ୍ ଡାଉନ୍ ପାଇଁ ଗତ ୨୨ ତାରିଖରୁ ଅନ୍ୟ ବିମାନ ସେବା ବନ୍ଦ ରହିଛି।

Leave A Reply

Your email address will not be published.