ଆଜି ଆହୁରି ଫୁଲିବ ମହାନଦୀ, ତଳମୁଣ୍ଡରେ ବନ୍ୟା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇ ପ୍ରବଳ ବର୍ଷା ଯୋଗୁୂ ଗତ ୨ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ ୩ଦିନ ଧରି ନଦୀଗୁଡ଼ିକ ଫୁଲି ଉଠିଥିଲେ ମଧ୍ୟ ବିପଦ ସଂକେତର ତଳେ ରହିଥିଲା । ଏବେ ଜଳସ୍ତର ବୃଦ୍ଧି ପାଇବାରୁ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଗମ୍ଭୀର ହେବା ଆଶଙ୍କା ରହିଥିବା ବନ୍ୟା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି । ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ୬୧୨,୯୫ ଘନଫୁଟ ଥିବାବେଳେ ଆଜିସୁଦ୍ଧା କୌଣସି ଗେଟ ଖୋଲାଯାଇ ନାହିଁ । ହୀରାକୂଦ ଜଳଭଣ୍ଡାରକୁ ୧ଲକ୍ଷ ୪ହଜାର ୧୮୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ କେବଳ ଟର୍ବାଇନ ସ୍ଲୁଇସ ଗେଟ ଦ୍ୱାରା ୩୭୦ କ୍ୟୁସେକ ଜଳ ନିଷ୍କାସନ ହେଉଛି । ମାତ୍ର ସମ୍ବଲପୁର ଆଦି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଦ୍ୱାରା ତେଲ ନଦୀରେ ମଧ୍ୟ ବନ୍ୟା ଆସିଛି । ଫଳରେ ତେଲ ନଦୀର ଉଦ୍ବୃତ୍ତ ଜଳ ମହାନଦୀରେ ପ୍ରବେଶ କରିବା ଯୋଗୁଁ ମହାନଦୀର ଜଳସ୍ତର ଅଧିକ ବୃଦ୍ଧି ପାଇଛି । ମହାନଦୀର ଖଇରମାଳ ଠାରେ ପୂର୍ବରୁ ୪ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ଅପରାହ୍ନ ୨ଟା ସମୟରେ ୬ଲକ୍ଷ ୯୬ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ୨୪ଘଣ୍ଟାମଧ୍ୟରେ ୨ଲକ୍ଷ କ୍ୟୁସେକ୍ ଜଳ ଅଧିକ ପ୍ରବେଶ କରୁଥିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇ ତଳମୁଣ୍ଡରେ ବଡ଼ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏହି ଜଳକୁ ନିଷ୍କାସନ କରିବା ଦିଗରେ ବନ୍ୟାନିୟନ୍ତ୍ରଣ ବିଭାଗ ବ୍ୟାରେଜ ଡିଭିଜନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ବିଭାଗୀୟ ସୂଚନା ଅନୁଯାୟୀ ବରମୂଳ ଠାରେ ୪ଲକ୍ଷ ୫୪ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀ ନିକଟରେ ୮୦ହଜାର ୮୦୦କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ନରାଜ ଠାରେ ବ୍ୟାରେଜର ଉପର ମୁଣ୍ଡରେ ୨୨.୩୫ଘନ ଫୁଟ ଜଳ ଥିବାବେଳେ ତଳମୁଣ୍ଡରେ ଜଳସ୍ତର ୧୯.୪୦ ଘନ ଫୁଟ ରହିଛି । ଏହି ବ୍ୟାରେଜ ଦେଇ ୩୫ହଜାର ୯୭୪କ୍ୟୁସେକ କାଠଯୋଡ଼ି ନଦୀକୁ ବନ୍ୟା ଜଳ ନିଷ୍କାସନ ହେଉଥିବା ଜଣାପଡ଼ିଛି । ସେହିଭଳି ମହାନଦୀର ଯୋବ୍ରା ଠାରେ ବ୍ୟାରେଜର ଉପର ମୁଣ୍ଡରେ ୨୦.୫୦ ଘନଫୁଟ ଜଳ ରହିଥିବାବେଳେ ତଳ ମୁଣ୍ଡରେ ୧୮.୬୫ ଘନ ଫୁଟ ଜଳ ରହିଛି । ଏହି ବ୍ୟାରେଜ ଦେଇ ୪୬ହଜାର ୬୯୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ମହାନଦୀର ଶାଖା ନଦୀ ବିରୂପା ଠାରେ ମଧ୍ୟ ବ୍ୟାରେଜର ଉପର ମୁଣ୍ଡରେ ୨୦.୫୦ ଘଟଫୁଟ ଜଳସ୍ତର ଥାଇ ତଳ ମୁଣ୍ଡରେ ୧୭.୦୫ଘନଫୁଟ ଜଳ ରହିଛି । ୩୯୪ କ୍ୟୁସେକ ଜଳ ବିରୂପାରେ ନିଷ୍କାସନ ହେଉଥିବା ସୂଚନା ମିଳିଛି । ସେହିଭଳି ତାଳଦଣ୍ଡା କେନାଲ ଓ ହାଇଲେବଲ କେନାଲର ଗେଟ ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେନ୍ଦ୍ରାପଡ଼ା କେନାଲରେ ୩୦୦କ୍ୟୁସେକ ଜଳ ନିଷ୍କାସନ ହେଉଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଖଇରମାଳ ଠାରୁ ମହାନଦୀରେ ନରାଜ ପର୍ଯ୍ୟନ୍ତ ୨୧୦ କିଲୋମିଟର ହୋଇଥିବାବେଳେ ଖଇରମାଳ ଠାରୁ ମହାନଦୀ ଯୋବ୍ରା ବ୍ୟାରେଜ ପର୍ଯ୍ୟନ୍ତ ୨୨୭.୫୦ କିଲୋମିଟର ତେଣେୁ ଖଇରମାଳ ଠାରୁ ଆଜି ଆସୁଥିବା ୬ଲକ୍ଷ ୯୬କ୍ୟୁସେକ ଜଳ ନରାଜକୁ ୨୬ଘଣ୍ଟା ଓ ଯୋବ୍ରା ବ୍ୟାରେଜୁ ୨୯ ଘଣ୍ଟା ମଧ୍ୟରେ ପହଞ୍ôଚବ । ଉକ୍ତ ବନ୍ୟାଜଳ ପହଞ୍ôଚବା ପରେ ମହାନଦୀର ଜଳସ୍ତର ଅଧିକ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.