ପ୍ରବାସୀ ଫେରନ୍ତାଙ୍କ ନିକଟକୁ ମିଡିଆ ମନା

ଭୁବନେଶ୍ୱର: ଏବେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କିତ ଫଟୋ ଓ ସମ୍ବାଦ ସଂଗ୍ରହ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ଚେକ୍ ‌ପଏଂଟକୁ ଯାଉଛନ୍ତି। ପଶ୍ଚିମ ବଙ୍ଗ ଲିଙ୍କ୍ ପରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କଠାରେ କରୋନା ଭୂତାଣୁ ପିଜିଟିଭ୍‌ ବାହାରିବା ଆଶଙ୍କା ରହିଛି। ବିଭିନ୍ନ ରାଜ୍ୟରେ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀ ଓଡ଼ିଆଙ୍କଠାରୁ ଯେଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସଂକ୍ରମଣ ନ ହେବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତେଣୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଗଣମାଧ୍ୟମ ପାଇଁ ଜାରି କରାଯାଇଛି। ଏହି ନିର୍ଦେଶାନାମାରେ ପ୍ରବାସୀ ଓଡ଼ିଆ ଫେରନ୍ତାଙ୍କ ପହଂଚିବାସ୍ଥଳକୁ ମିଡ଼ିଆକୁ ବାରଣ କରାଯାଇଥିବାବେଳେ କୌଣସି ଗଣମାଧ୍ୟମ ପ୍ରତିନିଧି ରେଳ ଷ୍ଟେସନ୍‌ କିମ୍ବା ଚେକ୍‌ ପଏଂଟକୁ ଖବର ସଂଗ୍ରହ ପାଇଁ ଯିବାକୁ ବାରଣ କରାଯାଇଛି। ଏପରିକି କ୍ୱାରେନଂଟାଇନ୍‌ ଏବଂ ଆଇସୋଲେସନ୍‌ ସେଂଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ନିକଟକୁ ମଧ୍ୟ ମିଡ଼ିଆକୁ ଯିବାକୁ ବାରଣ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ମିଡ଼ିଆକୁ ବାରଣ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ତେବେ ପ୍ରବାସୀ ଓଡ଼ିଆଙ୍କ ଫେରିବା ସମ୍ପର୍କିତ ଫଟୋ ଓ ସମ୍ବାଦ ଯୋଗାଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.