ଶିଶୁ ପାଳ ହେଲେ ବର,ପ୍ରେମିକକୁ ବିଭାହ କଲେ କନ୍ୟା

ଜବଲପୁର : ବର ସାଜି ବାହା ହେବାକୁ ଆସିଥିଲେ । ହେଲେ ବାହା ବେଦୀରେ ବସିବା ଆଗରୁ କନ୍ୟା ହାତ ଧରିନେଲା ପ୍ରେମିକ । ବରକୁ ଶିଶୁ ପାଳ ହୋଇ ଫେରିବାକୁ ପଡିଲା । ଏମିତି ଘଟଣଆ ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ବର ଆସିବାର କିଛି ସମୟ ପୂର୍ବରୁ କନ୍ୟା ତାର ପ୍ରେମିକକୁ ବିଭାହ କରିଛି । ଏମିତିକି ପରିବାର ଲୋକେ କାଳେ ମାରିଦେବେ ସେଥିପାିଁ ଉଭୟ ପ୍ରେମୀ ଯୁଗଳ ବାହା ହେବା ମାତ୍ରେ ଥାନାରେ ପହଁଚି ପୋଲିସର ସୁରକ୍ଷା ମାଗିଛନ୍ତି ।

ପ୍ରେମୀ ଯୁଗଳଙ୍କ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ମାତ୍ର ଯୁବତୀଙ୍କ ପରିବାର ଅନ୍ୟ ଜଣେ ଯୁବକଙ୍କ ସହିତ ବିବାହ କରୁଥିବାରୁ ଗାଁ ମୁଣ୍ଡରେ ବରଯାତ୍ରୀ ପହଞ୍ଚିବା ସମୟରେ ଯୁବତୀ ଜଣକ ପ୍ରେମିକଙ୍କ ପାଖକୁ ପଳାଇ ଯାଇଥିଲେ। ପରେ ଦୁହେଁ ମନ୍ଦିରରେ ବିବାହ କରିଥିବା ଯୁବତୀ କହିଛନ୍ତି। ଏହି ଘଟଣା ପରେ ବିଚରା ବର ଶିଶୁପାଳ ହୋଇ ଫେରିଛନ୍ତି।

Leave A Reply

Your email address will not be published.