ଏନକାଉଂଟରରେ ହିଜବୁଲ ମୁଜାହିଦ୍ଦିନ୍ କମାଣ୍ଡର ରିୟାଜ ନାଇକୁ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଶୀର୍ଷସ୍ତରୀୟ ମୁଜାହିଦ୍ଦିନ୍ ଆତଙ୍କବାଦୀ ରିୟାଜ୍ ନାଇକୁ ନିରାପତା ବଳଙ୍କ ସହ ଏନକାଉଂଟରରେ ନିହତ ହୋଇଥିବା କଥା ବୁଧବାର ଦିନ ଜଣେ ବରିଷ୍ଠ ନିରାପତା ଅଧିକାରୀ କହିଛନ୍ତି।

ବେଇଗ୍‌ପୋରା ଗୁଲ୍‌ଜାପୋରା ଅଂଚଳରେ ଆତ୍ମଗୋପନ କରିଥିବା ହିଜ୍‌ବ୍‌-ଉଲ୍-ମୁଜାହିଦ୍ଦିନ୍ କମାଣ୍ଡର୍ ରିୟାଜ୍ ନାଇକୁଙ୍କୁ ଧରିବାକୁ ମଙ୍ଗବାର ରାତିରୁ ତଲାସ ଅଭିଯାନ ଚାଲିଥିଲା।

ଗୁଲ୍‌ଜାପୋରା ଗାଁ ହେଉଛି ହିଜ୍‌ବୁଲ୍‌ର କାର୍ଯ୍ୟନିର୍ବାହୀ ମୁଖ୍ୟ ରିୟାଜ୍ ନାଇକୁର ଜନ୍ମମାଟି। ଆଠ ବର୍ଷ ହେବ ଫେରାର ଥିବା ରିୟାଜ୍ ଥିଲା କଶ୍ମୀର ଉପତ୍ୟକାର ସବୁଠୁ ବରିଷ୍ଠ ସକ୍ରିୟ କମାଣ୍ଡର୍। କୁଖ୍ୟାତ ଆତଙ୍କବାଦୀ ରିୟାଜ ନାଇକୁ ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଆଜି ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଇଗ୍‌ପୋରା ଗ୍ରାମରେ ନିରାପତା ବଳଙ୍କ କର୍ଡନ୍ ଘେରରେ ହିଜ୍‌ବ୍‌-ଉଲ୍-ମୁଜାହିଦ୍ଦିନ୍ କମାଣ୍ଡର୍ ରିୟାଜ୍ ନାଇକୁ ଅଟକି ରହିଥିଲା।

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ନିରାପତା ବଳ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଅନ୍ୟ ଦୁଇଟି ତଲାସ ଅଭିଯାନ ଚଳାଇ ଆଜି ସକାଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା।

Leave A Reply

Your email address will not be published.