ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ

ଅହମ୍ମଦାବାଦ : ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ । ୨୦୧୫ ଦଙ୍ଗା ମାମଲାରେ ପଟିଦାର ନେତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି  ବିଶ୍ ନଗର କୋର୍ଟ । ପଟିଦାର ନେତା ହାର୍ଦ୍ଦିକଙ୍କ ସହ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ବି ଏହି ମାମଲାରେ ଦୋଷୀସାବ୍ୟସ୍ତ କରିଛନ୍ତି କୋର୍ଟ ।୨୦୧୫ ପଟିଦାର ସଂରକ୍ଷଣ ଆନ୍ଦୋଳନ ବେଳେ ବିଶନଗର ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଅଫିସ ଉପରେ ୩ ହଜାରରୁ ୫ ହଜାର ଲୋକ ଆକ୍ରମଣ କରିଥିଲେ । ବିଧାୟକଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ହାର୍ଦ୍ଦିକଙ୍କ ସହ ୧୭ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା । ପଟିଦାର ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଦେଶଦ୍ରୋହ,ଦଙ୍ଗା, ଅପରାଧିକ ଷଡଯନ୍ତ୍ର ଅଭିଯୋଗ ଦାୟର କରିଥିଲା ପୋଲିସ । ସେହି ମାମଲାର ଶୁଣି କରି ହାର୍ଦ୍ଦିକଙ୍କୁ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Leave A Reply

Your email address will not be published.