ନବବଧୁଙ୍କ ତଣ୍ଟି କାଟି ହତ୍ୟା କଲା ପ୍ରେମିକ,ସ୍ୱାମୀଙ୍କୁ ନେଇ ବାପ ଘରକୁ ଆସିଥିଲେ ବୁଲି

ଆସ୍କା : ଯଦି ତୁ ମୋର ହେବୁନି ତେବେ ଆଉ କାହାର ହେବୁନି । ଏହା କୈଣସି ଯାତ୍ରା କି ସିନେମାର ଡାଇଲଗ ନୁହେଁ । ଜଣେ ପ୍ରେମିକ ତାର ପ୍ରେମିକା ବିଭାହ କରିବା ପରେ ଏମିତି କହିଛି । କେବଳ କହିନି ସିନେମା ପରି ପ୍ରେମିକାର ତଣ୍ଟି କାଟି ହତ୍ୟାନ କରିଛି । ବାହାଘର ପରେ ସ୍ୱାମୀ ସହିତ ବାପଘରକୁ ବୁଲି ଆସିଥିଲେ । ହେଲେ ବାପ ଘରେ ନବବଧୁଙ୍କୁ ତାର ପୁରୁଣା ପ୍ରେମିକ ତଣ୍ଟି କାଟି ହତ୍ୟା କରିବା ସହ ନିଜେ ନିଜ ତଣ୍ଟି କାଟି ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ହୋଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବିଗୁଡା ଅଞ୍ଚଳରେ । ବାହାହେବାର ୧୨ ଦିନ ପରେ ନିଜ ସ୍ୱାମୀଙ୍କୁ ନେଇ ବାପ ଘରକୁ ବୁଲିବାକୁ ଆସିଥିଲେ ନବବଧୁ ବନିତା । ହେଲେ ବାପ ଘର ଗାଁରେ ପୁରୁଣା ପ୍ରେମିକ ତାଙ୍କୁ ଭେଟିବାକୁ ଆସିଥିଲେ । ହେଲେ ବନିତା ଆଉ କାହାର ହେବାକୁ ସହଜରେ ଗ୍ରହଣ କରି ପାରି ନଥିଲେ ପୁରୁଣା ପ୍ରେମିକ ପବିତ୍ର । ସେପଟେ ପୁରୁଣା ପ୍ରେମିକ ପବିତ୍ର ବିଭାହିତ ଓ ତାଙ୍କର ଦୁଇଟି ସନ୍ତାନ ଥିବାରୁ ବନିତା ତାଙ୍କୁ ବିଭାହ କରି ନଥିଲେ ପରିବାର ଲୋକେ ତାଙ୍କ ବାହାଘର ଅନ୍ୟତ୍ର କରି ଦେଇଥିଲେ । ଏହାକୁ ନେଇ ଭାଙ୍ଗି ପଡିଥିଲେ ପବିତ୍ର । ଆଉ ନିଜ ପ୍ରେମିକା ଜଣଙ୍କ ଯେତେବେଳେ ତାର ସ୍ୱାମୀଙ୍କୁ ନେଇ ବାପ ଘରକୁ ବୁଲି ଆସିଥିଲା ସେଇ ସମୟରେ ତାକୁ ହତ୍ୟା କରିବା ସହ ନିଜେ ।ତ୍‍ଣ ହତ୍ୟା ଉଦ୍‍ୟମ କରିଛି । ହେଲେ ପ୍ରେମିକ ପବିତ୍ର ଏବେ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସିତ ହେବା ଲାଗି ଆସ୍କା ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଗୁଡ଼ା ଥାନା ଅନ୍ତର୍ଗତ କରଡ଼ାବାଡ଼ି ଗାଁର ପବିତ୍ର ଜେନା ସେହି ଗାଁର ବନିତା ପଲେଇଙ୍କୁ ଭଲ ପାଉଥିଲେ। ପବିତ୍ର ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ ଇତିମଧ୍ୟରେ ବନିତାଙ୍କ ପରିବାର ଲୋକେ ବନିତାଙ୍କ ପାଇଁ ବରପାତ୍ର ଯୋଗାଡ଼ କରିଥିଲେ। ଗତ ବାର ଦିନ ତଳେ ବନିତାଙ୍କର ଅନ୍ୟତ୍ର ବାହାଘର ହୋଇଥିଲା। ମାତ୍ର ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ପବିତ୍ର। ତେଣୁ ସେ ବନିତାଙ୍କ ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲେ। ବିବାହର ୧୦ମ ଦିନ ବନିତା ନିଜ ନବବିବାହିତ ସ୍ୱାମୀଙ୍କ ସହିତ ପରମ୍ପରା ଅନୁଯାୟୀ ବାପଘରକୁ ବୁଲିବାକୁ ଆସିଥିଲେ। ବନିତା ଗାଁକୁ ଆସିଥିବା ଜାଣିବା ପରେ ତାଙ୍କୁ ପାଇବା ପାଇଁ ପାଗଳ ପ୍ରାୟ ହୋଇ ଉଠିଥିଲେ ପବିତ୍ର। ଆଉ ଆଜି ସକାଳେ ପବିତ୍ର ବନିତାଙ୍କୁ ଡାକି କଥା ହୋଇଥିଲେ। ମାତ୍ର ପବିତ୍ରଙ୍କ ଏପ୍ରକାର ଅବାସ୍ତବ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ନ ଥିଲେ ବନିତା। ସେ ଆଉ ତାଙ୍କ ଅତୀତକୁ ଫେରିବାକୁ ଚାହୁଁ ନ ଥିବା ବନିତା ପବିତ୍ରଙ୍କୁ କହିବା ପରେ ପାଖରେ ରଖିଥିବା ଏକ କ୍ଷୁରରେ ପବତ୍ର ନବବଧୁ ବନିତାଙ୍କ ତଣ୍ଟିକୁ ହଠାତ କାଟିଦେଇଥିଲେ। ‘ଯଦି ତୁ ମୋର ହେବକୁ ନାହିଁ, ତେବେ କାହାର ହେବୁ ନାହିଁ’ବୋଲି କହି ବନିତାଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ନିଜ ବେକକୁ ସେହି ଧାରୁଆ ଅସ୍ତ୍ରରେ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଷଳ। ଉଭୟଙ୍କୁ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବନିତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘେଶଷଣା କରିଥଲେ।ଗୁରୁତର ପବିତ୍ରଙ୍କୁ ଆସ୍କା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଏ ସମ୍ପର୍କରେ ପୁଲିିସ ଏକ ନରହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.