ମାଉସୀ ଝିଅ ଭଉଣୀ ସହ ୬ ବର୍ଷ ଶାରିରୀକ ସଂପର୍କ ରଖି ଧୋକ୍କା ଦେଉଥିଲା,ପୋଲିସରେ ଅଭିଯୋଗ କଲେ ଯୁବତୀ

ନୂଆଦିଲ୍ଲୀ: ପବିତ୍ର ସଂପର୍କରେ କଳଙ୍କ । ନିଜ ମାଉସୀ ଝିଅ ଭଉଣୀଙ୍କୁ ପ୍ରେମ କଲେ । ୬ ବର୍ଷ ଧରି ସାରିରୀକ ସଂପର୍କ ରଖଇଲେ । ହେଲେ ବାହାହେବାକୁ ମନା କରି ଅନ୍ୟତ୍ର ବାହାହେବାବେଲେ ଥାନାରେ ଅଭିଯୋଗ କଲେ ମାଉସୀ ଝିଅ ଭଉଣୀ । ଏଭଳି ଘଟଣା ଘଟିଛି ମୁରୁଦାବାଦ ବିଲାରିରେ । ଅଭିଯୋଗ ପରେ ସଂପୃକ୍ତ ମାଉସୀ ପୁଅ ଭ।ଇ ଫେରାର ହୋଇଯାଇଛି ।

ମୁରଦାବାଦର ବିଲାରି ଥାନ ଅଞ୍ଚଳରେ ଜଣେ ଯୁବକ ତାର ମାଉସୀ ଝିଅ ସହ ବିଗତ ୬ବର୍ଷ ହେଲା ଶାରିରୀକ ସମ୍ପର୍କ ରଖିଆସୁଥିଲା । ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ଅଧିକ ମିଳାମିଶା ହେବାକୁ ଲାଗିଲା ପୁଅ ଘର ଲୋକଙ୍କୁ ଏହି ବିଷୟରେ ଜଣା ପଡ଼ିଗଲା ଓ ସେମାନେ ତୁରନ୍ତ ପୁଅର ବାହାଘର କରିବାକୁ ନିଷ୍ପତ୍ତିି ନେଲେ । ଯୁବତୀ ଜଣଙ୍କ ଏହା ଜାଣିବା ପରେ ସଧା ଆସି ଥାନାରେ ପହଞ୍ଚିଗଲା ଅଭିଯୋଗ କଲା କି ମୋ ପ୍ରମିକର ୩ ଦିନ ହେଲା ପତ୍ତା ମିଳୁନି । ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଯୁବକ ଜଣଙ୍କୁ ଖୋଜି ବାହାର କରିଥିଲା ଓ ଉଭୟ ପରିବାରଙ୍କୁ ଡାକି ଦୁଇ ଜଣଙ୍କ ବିବାହ ଠିକ୍‌ କରିଥିଲା । କିନ୍ତୁ ତା’ପର ଦିନ ବିବାହ ପାଇଁ ଯୁବତୀ ଜଣଙ୍କ ଯେତେବେଳେ କୋର୍ଟରେ ପହଞ୍ଚିଲା ଯୁବକ କି ତାର ପରିବାର ଲୋକ କାହାର ବି ଦେଖା ମିଳିଲାନି । ଯୁବତୀ ଜଣକ ରାଗରେ ଯାଇ ଯୁବକ ଘରେ ପହଞ୍ଚିଗଲା। ସେଠାରେ ଦେଖିଲା ବେଳକୁ ତାଙ୍କ ପ୍ରେମିକଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ହେଉଛି। ଯୁବତୀ ଜଣଙ୍କ ସାଙ୍ଗେ ସାଙ୍ଗେ ପୁଲିସକୁ ଫୋନ କରିଥିଲେ ଓ ପୁଲିସ ଆସିବା କଥା ଜାଣି ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲା । ଯୁବତୀ ଜଣକ କହିଥିଲେ ଯଦି ମୋର ବିବାହ ମୋ ପ୍ରେମିକ ସହ ନ ହୁଏ ତା’ ହେଲେ ମୁଁ ଆତ୍ମହତ୍ୟା କରିବି ।

Leave A Reply

Your email address will not be published.