ରାଜ୍ୟସଭା ସଚିବାଳୟରେ କରୋନା ପଜିଟିଭ୍ ଚିହ୍ନଟ; ସିଲ ହେଲା ୨ ମହଲା

ନୂଆଦିଲ୍ଲୀ: ରାଜ୍ୟସଭା ସଚିବାଳୟରେ ନିଯୁକ୍ତ ଜଣେ ଅଧିକାରୀ କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଜଣାପଡ଼ିଥିବା କଥା ଶୁକ୍ରବାର  ସରକାରୀ ଅଧିକାରୀମାନେ କହିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ପତ୍ନୀ ଓ ପିଲାମାନେ ମଧ୍ୟରେ ରୋଗାକ୍ରାନ୍ତ ହୋଇଥିବା ସେମାନେ କହିଛନ୍ତି।

ସେ ଅଧିକାରୀଙ୍କ କାର୍ଯ୍ୟାଳୟ ଥିବା ପାର୍ଲାମେଂଟ ସଂଲଗ୍ନ ଅଟ୍ଟାଳିକାର ପଂଚମ ମହଲାକୁ ସିଲ୍ କରାଯାଇ ବ‌ିଶୋଧନ କରାଯାଉଛି। ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି।

ସଂକ୍ରମିତ ଅଧିକାରୀଜଣକ ମେ ୧୨ ତାରିଖ ଯାଏଁ କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କ କାର୍ଯ୍ୟାଳୟ ଥିବା ଅଟ୍ଟାଳିକାରେ ଅଧିକାଂଶ ସଂସଦୀୟ କର୍ମଚାରୀଙ୍କ କର୍ମସ୍ଥଳୀ ଏବଂ ହାଉସ୍ ପାନେଲ୍ ମିଟିଙ୍ଗ୍ ପାଇଁ ଚାମ୍ବର୍ସ ରହିଛି। ଏହି ଅଟ୍ଟାଳିକାଟି ପାର୍ଲାମେଂଟ ଭବନ ଠାରୁ ପ୍ରାୟ ୧୦୦ ମିଟର୍ ଦୂର। ଏହି ଅଟ୍ଟାଳିକାକୁ ଏକ ସ୍ୱତନ୍ତ୍ର ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ପୂର୍ବରୁ ଏହି ରାସ୍ତା ଥିଲା ତଳକାତୋରା ରାସ୍ତାର ଅଂଶ।

ସମ୍ପାଦକୀୟ ଏବଂ ଅନୁବାଦ ସେବାରେ କାର୍ଯ୍ୟରତ ଜଣେ ବରିଷ୍ଠ ପାର୍ଲାମେଂଟ‌ ଅଧିକାରୀ କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିବାର ପ୍ରାୟ ସପ୍ତାହକ ପରେ ଆଜିର ଘଟଣା ଜଣାପଡ଼ିଛି।

Leave A Reply

Your email address will not be published.