ରାଜଧାନୀରେ ରାଜମିସ୍ତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ଏକ ବସ୍ତିରେ ଏକ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଜଣେ ରାଜମିସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘର ସାମ୍ନାରେ ବସିଥିବା ସମୟରେ ଉକ୍ତ ରାଜମିସ୍ତ୍ରୀଙ୍କୁ ଦୁର୍ବୃତ ଅତର୍କିତ ଆକ୍ରମଣ କରିଥିଲେ। ସମ୍ପୃକ୍ତ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.