ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।
ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ କ୍ୱାରେନଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୫ ଜଣ ମହିଳା ରହିଛନ୍ତି । ତେବେ ଅନ୍ୟଜଣେ ବ୍ୟକ୍ତି ବୁର୍ଲସ୍ଥିତ ଭିମସାରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଘର ହେମଗିରି ଅଞ୍ଚଳରେ ।
ଆହୁରି ମଧ୍ୟ ରାଉରକେଲାର ବିପିୟୁଟି କ୍ୱାରେନଣ୍ଟାଇନ୍ ସେଣ୍ଟରରୁ ୧୦ ଜଣ ଏବଂ ଜଣେ କୋଭିଡ ହସ୍ପିଟାଲର ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୪୭ କରୋନା ମାମଲା ରହିଥିବା ବେଳେ ୧୨୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
