ଖେଳିବା ବଳେ ଫ୍ରଏପ୍ୟାନ ପାଟିର ପସି ବାଳକ ଗୁରୁତ୍ୱର,ସାବଧାନ ଘରୋଇଉପକରଣ ଖେଳ ପାଇଁ ହୋଇପାରେ ଘାତକ

ଝାରସଗୁଡା : ଆପଣଙ୍କ ପିଲା ଘରୋଇ ରୋଷେଇ ଉପକରଣରେ ଖେଳୁଛି କି ସାବଧାନ । ଏହା ପିଲା ପାଇଁ ବିପଦ ହୋଇପାରେ । କାହିଁକିନା ଏହା ଯଦି ପିଲା ପାଟିରେ ଲଗାଯାଏ ତେବେ ଭାବନ୍ତୁତ କଣ ହେବ ପିଲାର ଅବସ୍ଥା । ଏମିତି ଏକ ଘଟଣା ଘଟିଛି ଝାରସୁଗୁଡାରେ । ଖେଳୁଥିବା ବଲେ ଜଣେ ୩ ବର୍ଷର ବାଳକର ପାଟିରେ ଏକ ଫ୍ରଏପ୍ୟାନ ( ଭଜା ଭଜି ତାୱା )ଫସି ରହିବା ଯୋଗୁ ତାର ଅବସ୍ଥା ଗୁରୁତ୍ୱର ହୋଇଛି ।ଗୁରୁତ୍ୱର ଅବସ୍ଥାରେ ବାଳକକୁ ଚିକିତ୍ସା ଲାଗିଡାକ୍ତରଖାନାରେ ବର୍ତି କରାଯାଇଛି ।

ଖେଳୁଥିବା ବେଳେ ଜନୈକ ବାଳକର ପାଟିରେ ଏକ ଫ୍ରାଏପେନ୍‌ର ହ୍ୟାଣ୍ଡେଲ ଫସି ଯାଇଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ସାହାଜବାହାଲ ଅଞ୍ଚଳର ଏହି ୩ ବର୍ଷର ବାଳକ ନିର୍ମଳ ଗୁରୁଙ୍କ ପୁତ୍ର ଅମିତ। ସେ ପତ୍ରାପାଲି ଠାରେ ରହୁଥିବା ମାମୁଁ ଘରକୁ ଆସିଥିଲା।

ଆଜି ଅପରାହ୍ନରେ ଅମିତ ଖେଳୁଥିବା ବେଳେ ଏକ ଲମ୍ବା ହ୍ୟାଣ୍ଡେଲ ଲାଗିଥିବା ଫ୍ରାଏପେନ୍‌କୁ ପାଟି ଭିତରେ ପୁରାଇ ଦେଇଥିଲା। ଫଳରେ ଏହା ପାଟି ଭିତରେ ଫସି ଯାଇଥିଲା। ବହୁ ଚେଷ୍ଠା କରିବା ପରେ ମଧ୍ୟ ଏହା ନବାହାରିବାରୁ ପରିବାର ଲୋକେ ତାକୁ ଝାରସୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତରମାନେ ବହୁ ଉଦ୍ୟମ କରି ମଧ୍ୟ ଫ୍ରାଏପେନ୍‌କୁ ପାଟିରୁ ବାହାର କରିପାରି ନଥିଲେ। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିରେ ବଡ଼ ଅସ୍ତ୍ରୋପଚାର ଆବଶ୍ୟକ କହି ବୁର୍ଲା ସ୍ଥାନାନ୍ତର କରି ଦେଇଥିଲେ। ଖବର ଲେଖାଯିବା ବେଳକୁ ପିଲାଟିକୁ ତାଙ୍କ ପରିବାର ଲୋକେ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

Leave A Reply

Your email address will not be published.