ଭୁବନେଶ୍ୱର:ଶ୍ରାବଣ ଆରମ୍ଭ ହୋଇଛି । ଏଥିସହ ଚଳ ଚଞ୍ଚଳ ହୋଇ ଉଠିଛି ଶୈବ ପୀଠ । ଶ୍ରାବଣ ସୋମବାରରେ ଜଳ ଲାଗି କରିବାକୁ କାଉଡିଆ ମାନେ ବି ବାହାରିଛନ୍ତି । ଏଥିଲାଗି ରାଜ୍ୟର ପ୍ରମୁଖ ଶୈବାଳୟ ଗୁଡିକରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । କଟକର ମହାନଦୀ ଗଡ ଗଡିଆ ଘାଟରେ ପାଣି ଉଠାଇବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିି । ସେହିପରି ଚଳଚଞ୍ଚଳ ଏକାମ୍ର ପୀଠ । ଚଳିତ ବର୍ଷ ପଲିଥିନ, ପ୍ଲାଷ୍ଟିକ ଗ୍ଲାସ ଓ କଳସ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବେ।ର୍ଡ । ମନ୍ଦିର ପରିସରର ସ୍ବଚ୍ଛତା ନେଇ ଏପରି ପଦକ୍ଷେପ ନିଆଯାଇଛି । ସେପଟେ ଶ୍ରାବଣ ମାସର ପ୍ରତ୍ୟେକ ସେ।ମବାର ରାତି ୩ଟା ୩୦ରୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ ।ଶ୍ରାବଣ ମାସର ପ୍ରତ୍ୟେକ ସେ।ମବାର ରାତି ୩ଟା ୩୦ରୁ ଲିଙ୍ଗରାଜ ମନ୍ଦିର ଖେ।ଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାପରେ ଭେ।ଳାନାଥଙ୍କ ଆରମ୍ଭ ହେବ ମଙ୍ଗଳ ଆଳତୀ, ଅବକାଶ ନୀତି । ପାହାନ୍ତିଆ ୪ଟାରେ ସାହାଣ ମେଲା ଦର୍ଶନ କରିପାରିବେ ଭକ୍ତ ଓ କାଉଡିଆ । କେବଳ ଲିଙ୍ଗରାଜଙ୍କ କ୍ଷେତ୍ର ନୁହେଁ,ପୁରୀର ଲୋକନାଥ,ନୟାଗଡର ଲଡୁ ବାବା,ଆରଡିର ଆଖଣ୍ଡଳମଣି,କଟକ ଆଠଗଡର ଧବଳେଶ୍ୱର ଭଳି ପ୍ରମ୍ମୁଖ ଶୈବପୀଠରେ ମଧ୍ୟ ଜଳ ଲାଗି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।
