ବାପା ଦିଲ ହିନ୍ଦୁସ୍ତାନୀ,ପୁଅ କାମ ପାକିସ୍ତାନୀ !

ଭୁବନେଶ୍ବର :  ଓଡ଼ିଶାରେ ଲସ୍କର୍ ଲିଙ୍କ୍ । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା ଲିଙ୍କରେ କେନ୍ଦ୍ରାପଡ଼ାର ହବିବୁର୍ ରେହମାନ୍ ଏନ୍.ଆଇ.ଏ. ଦ୍ବାରା ଗିରଫ ହେବା ପରେ , ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏନ୍.ଆଇ.ଏ. ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ପୋଲିସ୍ ଭିତିରିଆ ତଦନ୍ତ ଜାରି ରଖିଛି । ସେପଟେ ହବିବୁରର ଘର ଲୋକେ କିନ୍ତୁ କହୁଛନ୍ତି ତା ସହ ସେମାନଙ୍କର କିଛି ସମ୍ପର୍କ ନାହିଁ । ୩୩ ବର୍ଷ ହେଲା ହବିବୁର୍ ଘର ଛାଡ଼ିଥିବା ସେମାନେ କହୁଛନ୍ତି ।

ଲସ୍କର୍ ଲିଙ୍କରେ ଗିରଫ ହୋଇଥିବା ହବିବୁର୍ ରେହମାନର ବାପା ମୀର୍ ଅଏନୁଦ୍ଦିନ୍ । ସଫା ସଫା ଶୁଣାଇ ଦେଇଛନ୍ତି, ଯଦି ତାଙ୍କ ପୁଅ ଦେଶ ବିରୋଧରେ କିଛି ଷଡ଼ଯନ୍ତ୍ର କରିଛି, ତେବେ ତାକୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର । ଆଉ ସେସବୁର ସବୁତ୍ ଥିବା ଦରକାର ।

ପ୍ରକୃତରେ ହବିବୁର୍ ରେହମାନର, ଲସ୍କର-ଇ-ତଏବା ସହ ଲିଙ୍କ୍ ଅଛି କି ନାହିଁ । ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ଏନଆଇଏ ହାତରେ ହବିବୁର୍ ରେହମାନ୍ ଗିରଫ ହେବା ପରେ ଓଡ଼ିଶା ପୋଲିସ୍ ଖୋଜୁଛି ସବୁତ୍ । ଏନଆଇଏର ଭିତିରିଆ ନିର୍ଦ୍ଦେଶରେ ଭିତିରିଆ ତଦନ୍ତ କରୁଛି କେନ୍ଦ୍ରାପଡ଼ା ପୋଲିସ୍ । ବିଶେଷ କରି କେନ୍ଦ୍ରାପଡ଼ାରେ କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ କାହା ସହ ହବିବୁର୍ ଲିଙ୍କରେ ଥିଲା କି ନାହିଁ, ସେସବୁର ଛାନଭିଲ୍ ହେବା ଦରକାର । ଦରକାର ପଡ଼ିଲେ ଓଡ଼ିଶା ପୋଲିସ୍, ନିଜ ଆଡୁ ତଦନ୍ତ କରି ଏନଆଇଏକୁ ତଥ୍ୟ ପ୍ରମାଣ ଯୋଗାଇ ଦେବା ଦରକାର ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ । ସେପଟେ ଏଆଇଏକୁ ସବୁ ପ୍ରକାର ସହଯୋଗ କରିବାକୁ ଓଡ଼ିଶା ପୋଲିସ୍ ପ୍ରସ୍ତୁତ ଥିବା କହିଛି ।

ହବିବୁର୍ ରେମାନ୍ । ଘର କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ାର ମୀର୍ ମହଲାରେ । ଦିନେ ଏହି ଉର୍ଦ୍ଧୁ ସ୍କୁଲରେ ପାଠ ପଢୁଥିଲା ହବିବୁର୍ । ହେଲେ ଚତୁର୍ଥ ଶ୍ରେଣୀ ପରେ ୧୯୮୫ରେ ମାତ୍ର ୧୧ ବର୍ଷ ବୟସରେ ଚାଲିଗଲା ମୁମ୍ବାଇ । ସେଠାରେ ସେ ଡେଣ୍ଟିଂ କା କରୁଥିଲା । କିନ୍ତୁ କେଉଁ ସଂଗଠନ ସହ ତାର ସମ୍ପର୍କ ଥିଲା, ତାହା ଘର ଲୋକଙ୍କ ଅଜଣା । ଜଣେ ମୁସଲିମ୍ ଏବଂ ଜଣେ ଖ୍ରୀଷ୍ଟିୟାନଙ୍କୁ ବିବାହ କରିଛି । କିନ୍ତୁ ଜାଲ୍ ପାସପୋର୍ଟ କରି ସେ ସାଉଦି ଆରବ ଚାଲି ଯାଇଥିଲା । ୨୦୦୪ରେ ତାର ବାପା ହଜ୍ ଯାତ୍ରାରେ ଯାଇଥିବା ବେଳେ ସେଠାରେ ଦେଖା କରିଥିଲା । ଆଉ ଶେଷ ଥର ପାଇଁ ୨୦୦୬ରେ ମଝିଆ ଭାଇ ବାହାଘରରେ ମାତ୍ର ଦେଢ଼ ଦିନ ପାଇଁ ଖ୍ରୀଷ୍ଟିଆନ୍ ସ୍ତ୍ରୀ ଓ ତାଙ୍କ ପିଲାଛୁଆଙ୍କୁ ଧରି ଆସିଥିଲା । ହବିବୁର୍ ସେମାନଙ୍କ ସହ ଆଦୌ ସମ୍ପର୍କ ରଖି ନଥିବା କହୁଛନ୍ତି ତାଙ୍କ ଘର ଲୋକେ ।

ଲସ୍କର-ଇ-ତଏବା କମାଣ୍ଡର୍ ଅବଦ୍ଦୁଲ୍ ନଇମ୍ ସହ ହବିବୁର୍ ସମ୍ପର୍କରେ ଥିବା ଅଭିଯୋଗ ରହିଛି । ପକ୍କା ସବୁତ୍ ଏନଆଇଏ ହାତରେ ଲାଗିଥିବା ବେଳେ ତାକୁ ଗିରଫ କରାଯାଇଛି । ତେବେ ରିମାଣ୍ଡ ମିଳିବା ପରେ ଏନଆଇଓ ତାକୁ ଅଧିକ ପଚରା ଉଚରା କରିବ ।

ଦିଲ୍ଲୀ ବିମାନ ବନ୍ଦରରେ ଏନଆଇଏ ହାତରେ ହବିବୁର୍ ରେହମାନ୍ ଗିରଫ

ହବିବୁର୍ ରେମାନ୍ । ଘର କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ାର ମୀର୍ ମହଲାରେ

ଜଣେ ମୁସଲିମ୍ ଏବଂ ଜଣେ ଖ୍ରୀଷ୍ଟିୟାନଙ୍କୁ ବିବାହ କରିଛି ହବିବୁର୍

ଜାଲ୍ ପାସପୋର୍ଟ କରି ସେ ସାଉଦି ଆରବ ଚାଲି ଯାଇଥିଲା  ହବିବୁର୍

ଓଡ଼ିଶା ପୋଲିସ୍ ଖୋଜୁଛି ସବୁତ୍

ଏନଆଇଏର ଭିତିରିଆ ନିର୍ଦ୍ଦେଶରେ ଭିତିରିଆ ତଦନ୍ତ କରୁଛି କେନ୍ଦ୍ରାପଡ଼ା ପୋଲିସ୍

Leave A Reply

Your email address will not be published.