କଟକରୁ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୫୭ ଜଣ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୮୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି କଣ୍ଟେନମେଣ୍ଟ ଜୋନରୁ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୮ ଜଣ।


ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ୨ ଜଣ ପୁରୁଷ (୩୦ ଓ ୩୨ ବର୍ଷ) ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଆକ୍ରାନ୍ତ ହୋଇଛନ୍ତି। ଏସସିବି ମେଡିକାଲ ଆଇସୋଲେସନରୁ ଜଣେ ୬୫ ବର୍ଷିଅ ବୃଦ୍ଧ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛନ୍ତି। ହୋମ୍‌ କ୍ୱାରେଣ୍ଟାଇନରୁ ମୋଟ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମାଲଗୋଦାମର ବେହେରା ସାହିରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୭ ଜଣ ମହିଳା ଅଛନ୍ତି। ବାକି ସବୁ ପୁରୁଷ। ମହିଳା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳିକା ମଧ୍ୟ ଅଛି। ସିଡିଏ ସେକ୍ଟର-୧୧ରୁ ଜଣେ ୨୮ ବର୍ଷୀୟା ମହିଳା, ପୁରୁଣା ରାଉସପାଟଣାରୁ ୩ ଜଣ ମହିଳାଙ୍କ ସମେତ ୫ ଜଣ, ସନ୍ତୋଷ ନଗରରୁ ଜଣେ ୨୬ ବର୍ଷୀୟା ମହିଳା, ପେଟିନ ସାହିରୁ ଜଣେ ୨୩ ବର୍ଷିଅ ପୁରୁଷ ଓ ମାଛୁଆ ବଜାରରୁ ୪ ଜଣ ମହିଳାଙ୍କ ସମେତ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।

କାଳି ଗଲି, ନୟାସଡ଼କ, ସାନ୍ତାସାହି, ଚାଉଳିଆଗଂଜ, ମହାନଦୀ ବିହାର, ତେଲେଙ୍ଗା ବଜାର, ଦେଓ୍ଵାନ ବଜାର ଓ ବାଦାମବାଡ଼ିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ବାହାରକୁ ନଯାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.