ଜଣେ କି ଦୁଇ ଜଣ ନୁହେଁ, ତିନି ଏପରି କି ଚାରି ଚାରି ଜଣଙ୍କୁ ବିବାହ କରିଛନ୍ତି ବଲିଉଡର ଭେଟେରାନ ଆକ୍ଟର । କିଶୋର କୁମାରଙ୍କଠାରୁ ଆମିର ଖାନ୍ । ଦିଲ୍ଲୀପ୍ କୁମାରଙ୍କଠାରୁ ସୈଫ୍ ଅଲ୍ଲୀଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ୍ ଷ୍ଟାର କରିଛନ୍ତି ଏକାଧିକ ବିବାହ । ଏକାଧିକ ବିବାହ କରି ମଧ୍ୟ ସେମାନଙ୍କ କ୍ୟାରିଅରରେ କୌଣସି ବାଧା ଉପୁଜିନି । ବଲିଉଡ୍ର ଲିଜେଣ୍ଡାରୀ ସିଙ୍ଗର କିଶୋର କୁମାର ଚାରି ଚାରିଟି ବିବାହ କରିଥିବା ବେଳେ କବୀର ବେଦି, ସଞ୍ଜୟ ଦତ୍ତ,
କରଣ ସିଂହ ଗ୍ରୋଭର କରିଛନ୍ତି ତିନି ତିନୋଟି ବିବାହ ।
ସିଦ୍ଧାର୍ଥ ରାୟ କପୁର। ବଲିଉଡର ଜଣାଶୁଣା ପ୍ରଯୋଜକ ତିନି ତିନି ଜଣଙ୍କୁ ବିବାହ କରିଛନ୍ତି । ପ୍ରଥମେ ପିଲା ଦିନର ସାଙ୍ଗ ଆରତି ବଜାଜଙ୍କୁ ବିବାହ କରିଥିଲେ । … ଏହାପରେ ଦ୍ବିତୀୟ ବିବାହ କରିଥିଲେ ଟିଭି ପ୍ରଯୋଜିକା କବିତାଙ୍କୁ । ୨୦୧୧ରେ କବିତାଙ୍କ ସହ ଡିଭୋର୍ସ ହୋଇଯାଇଥିଲା । ଦୁଇ ଦୁଇ ଥର ଡିଭୋର୍ସ ପରେ ତୃତୀୟ ଥର ପାଇଁ ୨୦୧୨ରେ ଇଣ୍ଡଷ୍ଟ୍ରିର ବୋଲ୍ଡ ଆଣ୍ଡ ବ୍ୟୁଟି ବିଦ୍ୟାବାଲାନଙ୍କ ହାତ ଧରିଥିଲେ ସିଦ୍ଧାର୍ଥ ରାୟ କପୁର ।
କମଲ ହାସନ । ବଲିଉଡ୍ ଆକ୍ଟର ତଥା ତାମିଲ ସୁପରଷ୍ଟାର କମଲ ହାସନ ମଧ୍ୟ ତିନି ତିନୋଟି ବିବାହ କରିଛନ୍ତି । କମଲଙ୍କ ପ୍ରଥମ ପ୍ରତ୍ନୀ ଥିଲେ କ୍ଲାସିକାଲ ଡ୍ୟାନସର ବାଣୀ ଗଣପତି । ୧୯୭୮ ମସିହାରେ ଉଭୟଙ୍କର ବିବାହ ହୋଇଥିଲା । ବିବାହର ୧୦ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା । ଏହାପରେ ୧୯୮୮ରେ କମଲ ହାସନ ବଲିଉଡ୍ ଆକ୍ଟ୍ରେସ ସାରିକା ଠାକୁରଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ଝିଅ ହେଉଛନ୍ତି ଶ୍ରୁତି ଏବଂ ଅକ୍ଷରା। ସାରିକାଙ୍କ ସହ ଡିଭୋର୍ସ ପରେ ତାମିଲ ଆକ୍ଟ୍ରେସ ଗୌତମୀଙ୍କ ସହ ଲିଭ୍-ଇନ୍- ରିଲେସନରେ ରହିଥିଲେ କମଲ ହାସନ । ତେବେ ଉଭୟ ଏବେ ଏକାଠି ରହିଥିଲେ ମଧ୍ୟ ସେମାନେ ବିବାହ କରିଛନ୍ତି କି ନାହିଁ କୌଣସି ଘୋଷଣା କରିନାହାଁନ୍ତି ।…
ବିଧୁ ବିନୋଦ ଟୋପ୍ରା। ଥ୍ରି ଇଡିଅଟ୍ସ ପ୍ରଡ୍ୟୁସର ବିଧୁବିନୋଦ ଚୋପ୍ରା ମଧ୍ୟ ତିନି ତିନି ଥର ବିବାହ କରିଛନ୍ତି । ଶତୁରୀ ଦଶକରେ ସେ ପ୍ରଥମେ ଫିଲ୍ମ ଏଡିଟର ରେଣୁ ସାଲୁଜାଙ୍କୁ ବିବାହ କରିଥିଲେ। ପରେ ଅଶୀ ଦଶକରେ ବିବାହ କରିଥିଲେ ଶବନମ୍ ସୁଖଦେବଙ୍କୁ । ଶବନମ୍ଙ୍କ ସହ ଡିଭୋର୍ସ ହେବା ପରେ ନବେ ଦଶକରେ ଲେଖିକା ତଥା ଫିଲ୍ମ କ୍ରିଟିକ୍ ଅନୁପମା ଚୋପ୍ରାଙ୍କୁ ବିବାହ କରିଥିଲେ ବିଧୁବିନୋଦ ଚୋପ୍ରା।
ବଲିଉଡ୍ର ଅନେକ ଭେଟେରାନ ଆକ୍ଟର ଏକାଧିକ ବିବାହ କରିଛନ୍ତି । ଧର୍ମେନ୍ଦ୍ର ହୁଅନ୍ତୁ କି ଦିଲ୍ଲୀପ କୁମାର। ଅନେକଙ୍କର ଏକାଧିକ ପତ୍ନୀ
ଦିଲ୍ଲୀପ କୁମାରଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରେହମାନ । ତାଙ୍କ ସହ ଡିଭୋର୍ସ ହୋଇଯିବା ପରେ ସାଇରା ବାନୁଙ୍କୁ ବିବାହ କରିଥିଲେ ଦିଲ୍ଲୀପ କୁମାର ।
ଧର୍ମେନ୍ଦ୍ର ମଧ୍ୟ ଦୁଇ ଦୁଇ ଥର ବିବାହ କରିଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିବା ବେଳେ ଦ୍ବିତୀୟରେ ବିବାହ କରିଥିଲେ ହେମା ମାଳିନୀଙ୍କୁ ।
ବିନୋଦ ଖାନ୍ନାଙ୍କର ମଧ୍ୟ ଦୁଇଟି ପତ୍ନୀ । ପ୍ରଥମ ପତ୍ନୀ ଗୀତାଞ୍ଜଳିଙ୍କ ସହ ବିବାହ ପରେ କବିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ବିନୋଦ ଖାନ୍ନା ।
ରାଜ ବବର ମଧ୍ୟ ଦୁଇଟି ବିବାହ କରିଛନ୍ତି । ପ୍ରଥମେ ନଦିରା ବବରଙ୍କୁ ବିବାହ କରିଥିଲେ । ନଦିରାଙ୍କ ସହ ଡିଭୋର୍ସ ପରେ ସେ ବିବାହ କରିଥିଲେ ସ୍ମିତା ପାଟିଲଙ୍କୁ ।
Mr. Perfectionist ଆମିର ଖାନ୍ ମଧ୍ୟ କରିଛନ୍ତି ଦୁଇଟି ବିବାହ । ପ୍ରଥମେ ରିନା ଦତ୍ତଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପିଲା ହୋଇଥିଲା । ୨୦୦୫ରେ ରିନାଙ୍କ ସହ ଆମିରଙ୍କ ଡିଭୋର୍ସ ହୋଇଯାଇଥିଲା । ଏହାପରେ କିରଣ ରାଓଙ୍କ ପ୍ରେମରେ ପଡ଼ିଥିଲେ ଆମିର। କିରଣ ଏବଂ ଆମିରଙ୍କର ଗୋଟିଏ ପୁଅ, ଆଜାଦ ରାଓ ଖାନ୍ ।…
ସୈଫ୍ ଅଲ୍ଲି ଖାନ୍ ମଧ୍ୟ ଦୁଇଟି ବିବାହ କରିଛନ୍ତି । ପ୍ରଥମେ ଅମ୍ରିତା ସିଂହଙ୍କୁ ବିବାହ କରିଥିଲେ । ଅମ୍ରିତାଙ୍କ ସହ ଡିଭୋର୍ସ ପରେ କରିନା କପୁରଙ୍କ ବିବାହ କରିଥିଲେ ସୈଫ୍ ।
