ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲା ସଦରମହକୁମାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ

୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାଠାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ରକ୍ତଦାନ ଶିବିର ଅଭିଯାନ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ । ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବା ଏହି ଅଭିଯାନର ଲକ୍ଷ୍ୟ ।

blood donate camp

ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଉଦଘାଟନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଶ୍ରି ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ମୁଖ୍ୟ ସହ ସଂଯୋଜକ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

blood donate camp

ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାରଠାରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଏବଂ ସହ ସଂଯୋଜକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ରକ୍ତଦାନ ଶିବିରର ପ୍ରଥମଦିନରେ ୨୯ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏବଂ ୧୪୫୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ତେବେ ଏହି ରକ୍ତଦାନ ଶିବିରଗୁଡିକରେ ଶ୍ରୀ ପ୍ରଣବ ପ୍ରକାଶ ଦାନ, ଶ୍ରୀ ସଂଜୟ କୁମାର ଦାସବର୍ମା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଡଃ ଅରୁଣ କୁମାର ସାହୁ, ଶ୍ରୀ ପ୍ରତାପ ଜେନା, ଶ୍ରୀ ସୁଶାନ୍ତ ସିଂହ, ଶ୍ରୀ ଚନ୍ଦ୍ରଶେଖର ସାହୁ,  ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଶ୍ରୀ ନିରଞ୍ଜନ ପୁଜାରୀ, ଶ୍ରୀ ରୋହିତ ପୁଜାରୀ, ଶ୍ରୀ ବିକ୍ରମ ପଣ୍ଡା,  ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀ ରବିନ୍ଦ୍ର ଜେନା, ଶ୍ରୀ ମହେଶ୍ୱର ମହାନ୍ତି, ଶ୍ରୀ ସଂଜୀବ ମଲ୍ଲିକ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ପ୍ରଭାତ ବିଶ୍ୱାଳ, ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ଶ୍ରୀ ବଦ୍ରିନାରାୟଣ ପାତ୍ର, ଶ୍ରୀ ନଳିନୀ ପ୍ରଧାନ, ଡଃ ରାସେଶ୍ୱରୀ ପାଣିଗ୍ରାହୀ, ଶ୍ରୀ ସିଦ୍ଧାର୍ଥ ଦାସ, ଶ୍ରୀ ପ୍ରକାଶ ମାଝୀ, ଶ୍ରୀ ରମେଶ ମାଝୀ, ଶ୍ରୀ ଜଗନ୍ନାଥ ସାରକା, ଶ୍ରୀମତୀ ମିନାକ୍ଷୀ ମହାନ୍ତି, ଶ୍ରୀ ଗୌରହରି ମିଶ୍ର, ଶ୍ରୀ ରଘୁରାମ ପୋଡାଲ, ଶ୍ରୀ ଈଶ୍ୱର ପାଣିଗ୍ରାହୀ, ଶ୍ରୀ ପ୍ରେମାନନ୍ଦ ନାୟକ, ଶ୍ରୀମତୀ ସ୍ନେହାଙ୍ଗିନୀ ଝୁରିଆ, ଶ୍ରୀମତୀ ସୁନିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କରୋନା ମହାମାରୀର ଲକଡାଉନ୍ ପରିସ୍ଥିତିରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.