ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଘଟିଛି ଅଘଟଣ । ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡା ଗ୍ରାମର ଦୁଇ ଜଣ ଶିଶୁ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ଦୁଇ ଶିଶୁ ହେଉଛନ୍ତି ସଂପର୍କୀୟ ଦୁଇ ଭଉଣୀ । ଶିଶୁ ଦୁଇ ଜଣ ଦିନ ଦ୍ୱିପ୍ରହର ରେ ଖେଳୁ ଥିବାବେଳେ ନିକଟ ରେ ଥିବା ଏକ ପୋଖରୀରେ ବୁଡି ଯାଇଥିଲେ । ଦୁଇଟି ମୃତ ଦେହ ପାଣିରେ ଭାସୁଥିବାର ଦେଖି ଗ୍ରାମବାସୀ ମାନେ ଶିଶୁ ଦୁଇଟିକୁ ଉଦ୍ଧାର କରିଥିଲେ କିନ୍ତୁ ସେହି ସମୟ ବେଳକୁ ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା । ମୃତକ ଦୁଇଜଣ ପଦନ କଲାର ଙ୍କ ୫ ବର୍ଷ ର ଝିଅ ଲଳିତା ଓ ଜଳନ୍ଧର କଲାରଙ୍କ ୩ ବର୍ଷର ଝିଅ ଜିନିତା । ମୃତ୍ୟୁ ଘଟଣାସ୍ଥଳକୁ ଡାବୁଗାଁ ପୋଲିସ ପହଞ୍ଚି ସେମାନେ କାହିଁକି ପାଣି କୁ ଯାଇଥିଲେ ଓ କିପରି ମୃତ୍ୟୁବରଣ କଲେ ସେନେଇ ତଦନ୍ତ କରୁଛି ।
