ନୂଆଦିଲ୍ଲୀ : ଦ୍ୱିତୀୟ ପତ୍ନୀ ଥିଲେ ଅତି ସୁନ୍ଦରୀ । ଅନନ୍ୟା ସୁନ୍ଦରୀ ପତ୍ନୀଙ୍କୁ ନେଇ ସ୍ୱାମୀ ବାହାରକୁ ଯିବାବେଲେ ଲୋକେ ରାସ୍ତାରେ ବୁଲି ବୁଳି ଚାହୁଁଥିଲେ । ଇଙ୍ଗୀତ ବି କରୁଥିଲେ । ଏହାôରକୁ ନେଇ ବ୍ୟସ୍ତ ହୋଇ ପଡିଥିଲେ ସ୍ୱାମୀ । ସୁନ୍ଦରୀ ପତ୍ନୀଙ୍କ ଲାଗି ଲୋକଙ୍କ ସହ ପାଟି ତୁଣଅଡ ବି ହେଉଥିଲା । ହେଲେ ପାଟି ତୁଣ୍ଡ କରିବାକୁ ବାରଣ କରୁଥିଲେ ପତ୍ନୀ । କାହିଁକି ତୁମକୁ େତେ ଲୋକ ଚାହୁଁଛନ୍ତି ବୋଲି ପତ୍ନୀଙ୍କ ଉପରେ ବିରକ୍ତି ହୋଇ ଗାଳିମନ୍ତ କରୁଥିଲେ ସ୍ୱାମୀ । ଏମିତିକି ଏହାକୁ ନେଇ ପତି – ପତ୍ନୀଙ୍କ ଭଇତରେ ପାଟି ତୁଣ୍ଡ ହେଲା । ସେଷରେ ସ୍ୱାମୀ ସ୍ଥିର କରିଥିଲା ସୁନ୍ଦରୀ ସ୍ରୀକୁ ମାରିଦେଇ ସମସ୍ୟା ତୁଟାଇ ଦେବ । ହେଲେ ତା ପୂର୍ବରୁ ସୁନ୍ଦରୀ ସ୍ତ୍ରୀକୁ ବିକି ତାଠୁ ଅର୍ଥ ରୋଜôହଗାର କରିବାର ନିଶା ଘାରିଥିଲା ସ୍ୱାମୀକୁ । ଆଉ ସେଥିଲାଗି ସ୍ରୀକୁ ବେଶ୍ୟାଲୟରେ ବିକିବାକୁ ଯୋଜନା ବି କରିଥିଲା । ଆଉ ସ୍ତ୍ରୀକୁ ବେଶ୍ୟାଳୟରେ ବିକିବାବେଳେ ପୋଲିସ ସାଜିଲା ଗ୍ରାହକ । ଏମିତି ଘଟଣା ଘଟିଛି ବିହାରରେ । ଆଉ ଏମିତି ସ୍ୱାମୀ ହେଉଛନ୍ତି ବିହାର ୨୩ ବର୍ଷର ଯୁବକ ସଦ୍ଦାମ ହୋସେନ । ଆଉ ପତ୍ନୀଙ୍କ ଛଦ୍ମ ନାମ ସମୀରା ।
ଦିଲ୍ଲୀରେ ଏକ ବେଶ୍ୟାଳୟରେ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ସଦ୍ଦାମ ହୁସେନ। ତେଣୁ ଏ ନେଇ ଦିଲ୍ଲୀର କେତେକ ବେଶ୍ୟାଳୟ ସହିତ ଯୋଗାଯୋଗ କରିଥିଲା ସଦ୍ଦାମ। ତେବେ ସଦ୍ଦାମର ଦୁର୍ଭାଗ୍ୟକୁ ସେ ସମୀରାଙ୍କୁ ଯେଉଁ ବେଶ୍ୟାଳୟରେ ବିକ୍ରିି କରିବ ବୋଲି ସ୍ଥିର କରି ଦଲାଲଙ୍କୁ ଯୋଗାଯୋଗ କରିଥିଲା, ସେହି ଦଲାଲ ଜଣକ ଥିଲା ଜଣେ ପୁଲିସ ଇନ୍ଫରମର। ମାତ୍ର ଏ ସମ୍ପର୍କରେ ସଦ୍ଦାମ କିଛି ଜାଣି ନ ଥିଲା। ସବୁ ଠିକ୍ ଠାକ ହେବା ପରେ ସଦ୍ଦାମ ହୁସେନ ସମୀରାଙ୍କୁ ଧରି ଦିଲ୍ଲୀ ଅଭିମୁଖେ ବାହାରିଥିଲା। ଆଉ ସମୀରଙ୍କୁ କହିଥିଲା,ଯେ ଦୀର୍ଘ ଦିନ ହେଲା ତୁମ ଘରକୁ ତୁମେ ଯାଇ ନ ଥିବାରୁ , ଚାଲ ସାଙ୍ଗ ହୋଇ ଯିବା। ଦିଲ୍ଲୀରେ ରହୁଥିବା ନିଜ ପରିବାରକୁ ଭେଟିବାକୁ ବେଶ୍ ଆଗ୍ରହର ସହିତ ସମୀରା ସ୍ୱାମୀ ସଦ୍ଦାମଙ୍କ ସହିତ ବାହାରି ଯାଇଥିଲା। ମାତ୍ର ସମୀରା ସ୍ୱାମୀ ସଦ୍ଦାମ ମନ ଭିତରେ ଲୁଛି ରହିଥିବା କୁତ୍ସିତ ଚିନ୍ତାଧାରା ସମ୍ପର୍କରେ ସାମାନ୍ୟତମ ସୁରାକ ମଧ୍ୟ ପାଇ ନ ଥିଲା।
ଷ୍ଟେସନରେ ପହଞ୍ଚିିବା ପରେ ସମୀରା ବେଶ୍ ଖୁସି ଥିବା ବେଳେ ସଦ୍ଦାମ ତାଙ୍କୁ ବସାଇ ଦେଇ କିଛି ସମୟ ପାଇଁ ବାହାରୁ ଆସୁଛି କହି ପତ୍ନୀଙ୍କୁ ବିକ୍ରିି କରିବା ପାଇଁ କଥାବାର୍ତ୍ତା ହୋଇଥିବା ଦଲାଲଙ୍କୁ ଖୋଜିଥିଲା। ମାତ୍ର ଦଲାଲ ଜଣକ ଏ କଥା ଦିଲ୍ଲୀର କମ୍ଲା ମାର୍କେଟ ଥାନା ଅଧିକାରୀ ସୁନୀଲ କୁମାରଙ୍କୁ ଜଣାଇ ଦେଇଥିିବାରୁ ସମୀରାଙ୍କୁ କିଣିବା ପାଇଁ ଗ୍ରାହକ ସାଜି ସଦ୍ଦାମଙ୍କ ଆଗକୁ ଆସିଥିଲେ ଥାନା ଇନ୍ସପେକ୍ଟର ସୁନୀଲ କୁମାର। ମାତ୍ର କାଳେ ଧରାପଡ଼ିଯିବ ବୋଲି ସଦ୍ଦାମ ସମୀରାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ତାଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇ ପଡ଼ିଥିଲେ ଇନସ୍ପେକ୍ଟର। ତେବେ ସମୀରାଙ୍କ ପାଇଁ ସଦ୍ଦାମ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ଇନ୍ସପେକ୍ଟର ଏଥିପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମୁଲଚାଲ କରି ଦର ନିର୍ଦ୍ଧାରଣ କରିଥିଲେ।ଶେଷକୁ ୧୦ ହଜାର ଟଙ୍କା ଆଡଭାନ୍ସ ନେଇ ସଦ୍ଦାମ ଯାଇଥିଲା ଓ କିଛି ସମୟ ପରେ ସମୀରାଙ୍କୁ ଧରି ଆସି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ତେବେ ଯେତେବେଳ ସମୀରାଙ୍କ ପାଇଁ ସଦ୍ଦାମ ଆଉ ୧ଲକ୍ଷ ୧୦ ହଜାର ଟଙ୍କା ଦାବି କଲା ସେତେବେଳେ ପୁଲିସ ଇନ୍ସପେକ୍ଟର ସୁନୀଲ କୁମାର ତାଙ୍କୁ ଗିରଫ କରିବା ସହିତ ସମସ୍ତ କଥା ସମୀରାଙ୍କୁ କହିଥିଲେ। ସ୍ୱାମୀ ତାଙ୍କୁ ବେଶ୍ୟାଳୟକୁ ବିକ୍ର ପାଇଁ ଆଣିଥିବା ଜାଣିବା ପରେ ସମୀରା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ମହିଳା ପୁଲିସ ଥାନାରେ ରଖି କାଉନ୍ସିଲିଂ କରୁଛନ୍ତି।
