ବନ୍ଧୁକ ମୁନରେ ସୁନା ବ୍ୟାଗ ଝାମ୍ପିନେଲେ

ଭଦ୍ରକ : ଫିଲ୍ମୀ ଷ୍ଟାଇଲେ ବାଇକରେ ଆସି ବନ୍ଧୁକ ମୁନରେ ଝାମ୍ପି ନେଲେ ସୁନା ଭର୍ତି ବ୍ୟାଗ । ୩ ଲୁଟାରେ ଆସି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କରା ସୁନା । ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବ୍ୟବସାୟୀଙ୍କଠୁ ଏପରି ଲୁଟ ହୋଇଛି ଭଦ୍ରକ ଧାମନଗରରେ । ଭଦ୍ରକ ଧାମନଗର ସାହାସପୁର ଛକ ନିକଟରେ ଦକ୍ଷିଣବାଡ ଛକରେ ଥିବା ଗହଣା ଦୋକାନ ଆଗରୁ ଲୁଟ ହୋଇଛି । ରାତି ପାଖା ପାଖି ୧୦ଟା ୩୦ ହେବ କନକ ଦୁର୍ଗା ଜୁଏଲାରୀ ଦୋକାନ ବନ୍ଦ କରି ଦୋକାନୀ ସୁନା ଗହଣା ବ୍ୟାଗରେ ନେଇ ୍ୟାଉଥିଲେ । ଏହି ସମୟରେ ତିନି ଜଣ ଲୁଟାରେ ଏକ ବାଇକରେ ଆସି ବନ୍ଧୁକ ଦେଖାଇ ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ପରେ ପୋଲିସ ଗୋଡାଇ ଗୋଡାଇ ଜଣେ ଲୁଟେରାକୁ କାବୁ କରିଛି ପୋଲିସ । ଅନ୍ୟ ୨ ଲୁଟେରା ବିଲ ଭିତରରେ ଅନ୍ଧାରରେ ଗହଣା ନେଇ ଦୈଡି ଖସି ପଳାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.