କଟକ: ଆଜି କଟକ ସହରର ବିଭିନ୍ନ ସଂଗରୋଧରୁ ୮୩ ଜଣଙ୍କ ସମେତ ମୋଟ ୧୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏସ୍ସିବି ଆଇସୋଲେସନରୁ ୩ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ ଓ ଜଣେ ମହିଳା)ଙ୍କ ସମେତ ଆଜି ମୋଟ ୧୭ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ଅନ୍ୟ ୧୦ ଜଣଙ୍କର ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ମହିଳା ଅଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୧୯ ଜଣ ଓ ଗୃହ ସଂଗରୋଧରୁ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 241 new COVID-19 +ve cases reported today in #Cuttack district, 150 +ve cases belong to Cuttack city (CMC area).
Another 80 recoveries (19th August data) have been reported recently! KUDOS to all doctors & healthcare staff. pic.twitter.com/uwCuXPaVxi
— CMC,Cuttack (@CMCCuttack) August 20, 2020
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକର ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ ମହିଳା, ୧୪ ଜଣ ପୁରୁଷ ଓ ୨ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ) କରୋନା ଆକ୍ରାନ୍ତ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୨୮୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୨୭ ଜଣ ସୁସ୍ଥ ହୋଇଛନ୍ତି। ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।
