ଜିଅନ୍ତା ଶବ : ଅଚେତ ଥିବା ବ୍ୟକ୍ତିକୁ ମୃତ ଭାବି ପୋଷ୍ଟମର୍ଟମ ଗୃହକୁ ପଠାଇଦେଲେ ଡାକ୍ତର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ବିଚିତ୍ର ଘଟଣା । ବିଦ୍ୟୁତ ଆଘାତରେ  ଅଚେତ ଥିବା ବ୍ୟକ୍ତିକୁ ମୃତ ଭାବି ପୋଷ୍ଟମର୍ଟମ ଗୃହକୁ ପଠାଇଦେଲେ ଡାକ୍ତର । ତେବେ ହଠାତ ସେ ହାତ ଗୋଡ ହାଲାଇବାରୁ  ସେଠାରେ ସୃଷ୍ଟି  ହୋଇଥିଲା  ଅଭାବନୀୟ ସ୍ଥିତି । ପରେ ତାଙ୍କୁ  ୱାର୍ଡକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ  ।  ଏୟାରଫିଲ୍ଡ  ଥାନା ଅଧିନସ୍ଥ ବ୍ରହ୍ମକୁଣ୍ଡ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କୁ ଇଲେକଟ୍ରି କରେଣ୍ଟ ମାରିଥିଲା । ଘଟଣାସ୍ଥଳରେ ମନୋଜ ଜେନା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତେବେ ହରିପ୍ରସାଦ ଜେନା ନାମକ ଅନ୍ୟ ଜଣେ ବ୍ୟକ୍ତି ଅଚେତ ହୋଇ ପଡିଥିଲେ ।  ସ୍ଥାନୀୟ ଲୋକେ ସେମାନଙ୍କୁ ମୃତ ବୋଲି ଧରି ନେଇଥିଲେ ମଧ୍ୟ ପୋଲିସ୍ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ  ଆଣିଥିଲା । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଉଭୟଙ୍କର ଡାକ୍ତରୀ ପରୀକ୍ଷା ନ କରି ମୃତ ଘୋଷଣା କରିଥିଲେ । ପରେ ଉଭୟଙ୍କୁ ବ୍ୟବଚ୍ଛେଦ ଗୃହକୁ ପଠାଇଥିଲେ ।  କିନ୍ତୁ ହରିପ୍ରସାଦ ଗୋଡ଼ହାତ ହଲାଇବାରୁ ସେ ବଞ୍ଚିଥିବା ଆସା ସଞ୍ଚାର ହେଲା । ତେବେ ପରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଡାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.