ଜୟୀପୁର : କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଭାଗ୍ୟ ବଳ ଥିବା ତାର କେହି କିଛି ବି ଅଡୁଆ କରିପାରିବେନି । ସବୁ ଉଜାଡୁଥିବା ବନ୍ୟାର ସ୍ରୋତବି ଜୀବନ ନେଇ ପାରିବନି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟରେ । ନଦୀର ପ୍ରଖର ବନ୍ୟା ସୁଅ ଛୁଟିଥିଲା ବୋରିଗୁମ୍ମା- ସିଙ୍ଗାରୀ ରାସ୍ତାରେ । ଏତିକିବେଳେ ସିଙ୍ଗାରୀ ନିକଟରେ ପୋଲପାରି ହେଉଥିଲା ଟ୍ରାକ୍ଟର । ହଟାତ ବନ୍ୟାସ୍ରୋତ ଭସାଇ ନେଲା ଟ୍ରାକ୍ଟରକୁ ହେଲେ ସେଥିରେ ଥିବା ଡ୍ରାଇଭର ଓ ହେଲପରଙ୍କର କିନ୍ତୁ କିଛି ଅସୁବିଧା ହୋଇନଥିଲା । ଭାଗ୍ୟ ବଳରେ ସେମାନେ ବର୍ତ୍ତି ଯାଇଛନ୍ତି । ଦେଖନ୍ତୁ ଭିଡିଓ କିପରି ସେମାନେ ଅତି ସହଜରେ ପହଁରି ପହଁରି ଆସିପାରୁଛନ୍ତି । ଆଉ ଟ୍ରାକ୍ଟର ଭାସିଯାଉଛି ।
Prev Post
