ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସରିଛି ୨୨ ତମ ଏସିଆନ ଆଥେଲେଟିକ ଚାମ୍ପିୟାନସିପ । ଏଥିରେ ଭାରତୀୟ ଖେଳାଳି ମୋଟ ୨୯ଟି ପଦକ ସହ ଶୀର୍ଷରେ ରହି ଚୀନକୁ ପଛରେ ପକାଇଦେଇଛନ୍ତି । ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବ ଘୋଷଣା ମୁତାବକ ମେଡାଲ ପାଇଥିବା କ୍ରୀଡାବିତଙ୍କୁ ଓଡିଶା ସରକାର ଏକ ଉତ୍ସବରେ ଆର୍ଥୀକ ରାଶି ପ୍ରଦାନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଛି ଭାରତ । ପ୍ରଥମ ଥର ପାଇଁ ୧୨ ସ୍ବର୍ଣ୍ଣ ସହ ୨୯ଟି ପଦକ ହାତେଇଛି । କଳିଙ୍ଗ ମାଟିରେ ମାତ୍ ଦେଇଛି ଚୀନକୁ । ଏସିଆନ୍ ଆଥଲେଟ୍ ମିଟ୍ ରେ ଭାରତୀୟ ଆଥଲେଟ୍ ଙ୍କ ଦବଦବା ଥିଲା ବେଶ୍ ଉଚ୍ଚକୋଟୀର । ଏକ ସ୍ବତନ୍ତ୍ର ଉତ୍ସବରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଲଡ ବିଜେତାଙ୍କୁ ୧୦ ଲକ୍ଷ, ସିଲଭର ବିଜେତାଙ୍କୁ ସାଢ୍ ସାତ ଲକ୍ଷ ଏବଂ ବୋଞ୍ଜ ବିଜେତାଙ୍କୁ ମିଳିଛି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସବୁ ଆଥଲେଟଙ୍କୁ ଆଗକୁ ଯୋଗାଇବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ । କେବଳ ଖେଳାଳି ନୁହେଁ କୋଚଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । ଆଗକୁ ରହିଛି ଆହୁରି ଚ୍ୟାଲେଞ୍ଜ । ଡିସେମ୍ବରରେ ହେବ ବିଶ୍ବକପ ହକି ଲିଗ ଓ ୨୦୧୮ ରେ ବିଶ୍ବକପ ହକି ଚାମ୍ପିୟାନସିପ । ଏଥିପାଇଁ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରୁଛନ୍ତି । ପୁଣି ଏକ ସଫଳ ଟୁର୍ଣ୍ଣାମଣ୍ଟେ ଆୟେ।ଜନ ପାଇଁ ଲକ୍ଷ୍ୟ ରଖାଯାଇଛି ।
