ତେଲକୋଇ : ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜିଛି ଡଙ୍ଗା। ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଲୋକେ ଡଙ୍ଗାର ସାହାର୍ଯ୍ୟ ନେଇଛନ୍ତି । ଆଉ ବିପଦ ସଂଙ୍କୁଳ ଅବସ୍ଥାରେ ଗର୍ଭବତୀଙ୍କୁ ନଦୀ ପାର କରାଉଛନ୍ତି । ସାହସର ସହ ଏହି କାମକୁ ଆଗକୁ ନେଇଛନ୍ତି ଜଣେ ଆଶା ଦିଦି । ଗର୍ଭବତୀଙ୍କୁ ସାଙ୍ଗରେ ନେଇ ଲୋକଙ୍କୁ ଧରି ନଦୀପାର କରାଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ସାପଲାଞ୍ଜି ଗାଁରେ । ଗର୍ଭବତୀ ମହିଳା ଚପଳା ପାତ୍ରଙ୍କୁ ଗାଁ ରୁ ଷ୍ଟ୍ରେଚର ସାହାର୍ଯ୍ୟରେ ନଦୀ କୂଳକୁ ଆଣିବା ପରେ ଲୋକେ ମେଡିକାଲ ନେବାପାଇଁ ଡଙ୍ଗାର ସାହର୍ଯ୍ୟ ନେଇଥିଲେ।
Prev Post
Next Post
