ଭୁବନେଶ୍ୱରରୁ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ-୨୨୬ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।


ବଡ଼ଗଡ଼ରୁ ୩, ଚନ୍ଦ୍ରଶେଖରପୁରରୁ ୫, ଧର୍ମବିହାରରୁ ୩, ଡୁମ୍‌ଡୁମାରୁ ୫, ଶୈଳଶ୍ରୀ ବିହାରରୁ ୮, ନୟାପଲ୍ଲୀରୁ ୨୧, ଶ୍ରୀ ବିହାରରୁ ୩, ଖଣ୍ଡଗିରିରୁ ୩, କଳ୍ପନା ଛକରୁ ୨, କଳିଙ୍ଗ ବିହାରରୁ ୭, ଝାରପଡ଼ାରୁ ୫, ଜୟଦେବ ବିହାରରୁ ୪, ଆଇଆର୍‌ସି ଭିଲେଜରୁ ୪, ଘାଟିକିଆରୁ ୪, କୋଳଥିଆରୁ ୩, ଲକ୍ଷ୍ମୀ ସାଗରରୁ ୪, ମୈତ୍ରି ବିହାରରୁ ୪, ନୀଳକଣ୍ଠ ନଗରରୁ ୩, ରସୁଲଗଡ଼ରୁ ୮, ୟୁନିଟ୍‌-୧ରୁ ୪, ଓଲ୍‌ଡ ଟାଉନ୍‌ରୁ ୧୦, ପଟିଆରୁ ୧୦, ୟୁନିଟ୍‌-୮ରୁ ୩, ସହିଦ୍‌ ନଗରରୁ ୪, ରେଣ୍ଟାଲ୍‌ କଲୋନୀରୁ ୪, ଭିଏସ୍‌ଏସ୍‌ ନଗରରୁ ୭, ପ୍ରଶାନ୍ତ ବିହାରରୁ ୩, ପୋଖରୀପୁଟ୍‌ରୁ ୫, ପାତ୍ରପଡ଼ାରୁ ୫, ସୁନ୍ଦରପଦାରୁ ୫ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.