ଫେକ୍ କଲ୍ ଏକସଚେଞ୍ଜ ଘଟଣା : ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ବ୍ରହ୍ମପୁରରେ ଫେକ୍ କଲ୍ ଏକସଚେଞ୍ଜ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଏହାର ଛାନଭିନ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ପୋଲିସ ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। ଛୋଟାରାଜନର ନେଟୱର୍କ ବ୍ରହ୍ମପୁରରେ କୋଉଠି। ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ, ଇଓ ଡବ୍ଲୁ ଏବଂ ସାଇବର ଏକ୍ସପର୍ଟ ସେଠାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଛୋଟାରାଜନର ସହଯୋଗୀ କହି କଲ କରିଥିବା ମୁମ୍ବାଇର ସୁରେଶ ପୂଜାରୀ ସହିତ ଗିରଫ ୪ ଜଣଙ୍କର କି ସଂପର୍କ ରହିଛି ? ତେଣୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍ ମଧ୍ୟରେ ଏଥିରେ ସାମିଲ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ୫ଦିନିଆ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ଆବେଦନ କରିଛି। ସେପଟେ ବ୍ରହ୍ମପୁର ପୋଲିସ ଏଯାବତ ତଦନ୍ତ ତଥ୍ୟ ସହିତ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। କେବଳ ବ୍ରହ୍ମପୁରରେ ନୁହଁ ଭୁବନେଶ୍ବରରେ ମଧ୍ୟ ଏହି ସିମ୍ବକ୍ସ ରାକେଟ ଚାଳିଥିବା ସୂଚନା ମିଳିଛି। ଏନେଇ ପୋଲିସ ତନାଘନା କରିଛି। ଏଥିସହିତ ଏହି ରାକେଟକୁ ସହଯୋଗ କରିଥିବା ଅନ୍ୟ ନେଟୱର୍କର ଅତ୍ତାପତ୍ତା ନେବା ଲାଗି ରାଜ୍ୟ ବାହାରକୁ ଏକ ଟିମ୍ ମଧ୍ୟ ଯାଇଛି। ପୋଲିସ ଏନେଇ ସବୁ ଦିଗକୁ ଖୋଲାରଖି ତଦନ୍ତ କରୁଛି। ମୁମ୍ବାଇ ପୋଲିସ ମଧ୍ୟ ଏହି ନେଟୱର୍କର କିଛି ସୁରାକ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ସେୟାର କରିଛି। ସେପଟେ ବ୍ରହ୍ମପୁରର ଯେଉଁ ସ୍ଥାନରେ ଏସ ୱାର୍ଲଡ କମୁନିକେସନ ଚାଲୁଥିବା ସେଠାକାର ଲୋକେ ଏହି ଗ୍ରୁପର କାରବାର ବିଷୟରେ ଟେର୍ ପାଇପାରିନଥିବା କହିଛନ୍ତି। ସମାନଧରଣର ସିମବକ୍ସ ସ୍କାଣ୍ଡାଲରେ ଦେଶର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଅପରାଧ ସଂଘଟିତ ହୋଇଛି। ଏଣୁ ବ୍ରହ୍ମପୁର ଘଟଣାର ତଦନ୍ତ ପ୍ରାଥମିକ ସ୍ତରରେ ଥିଲେ ମଧ୍ୟ ପୋଲିସ କିନ୍ତୁ ପୂରା ନେଟୱର୍କର ଟିକିନିଖି ଲିଙ୍କ ଉପରେ ଛାପା ମାରିବାକୁ ନଜର ରଖିଛି।

Leave A Reply

Your email address will not be published.