ପିପିଲି ଉପନିର୍ବାଚନ : ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି :  ପିପିଲି ଉପନିର୍ବାଚନ ପାଇଁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରଛି । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆଶ୍ରିତଙ୍କ ନାଁରେ ମୋହର ବାଜିଛି । ୨୦୧୯ ନିର୍ବାଚନରେ ବିଜେଡି ଠାରୁ ପାଖାପାଖି ୧୫ ହଜାର କମ ଭୋଟ ପାଇ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା । ମୋଟ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇଥିଲା ବିଜେପି ।

ପୂର୍ବରୁ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ରେ ଭୋଟ ହେବା ନେଇ ଏଥିରେ ଦର୍ଶା ଯାଇଛି । ଏଥିସହିତ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଏଥିଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରାଯାଇଛି। ମନୋନୟନ ପତ୍ର ଦାଖଲ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି କରାଯାଉଛି। ଭୋଟ ଦାନରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ ସମ୍ପନ୍ନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କର୍ମଚାରୀ ମାନଙ୍କୁ ଏନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ସେହିପରି ଅଦର୍ଶ ଆଚରଣ ବିଧି ଅନୁପାଳନ ପାଇଁ ଗୁରୁତ୍ବ ଦିଆଯଇଛି। କରୋନା କଟକଣା ମଧ୍ୟରେ ଭୋଟ ଦାନ ପ୍ରକ୍ରିୟା ଶେଷ କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଥିବା ଜିଲ୍ଲାପାଳ ପୂର୍ବରୁ କହିଛନ୍ତି।

 

Leave A Reply

Your email address will not be published.