ସ୍ୱାମୀ ଆଗରେ ସ୍ତୀକୁ ଦୁଷ୍କର୍ମ ଉଦ୍ୟମ,ବିରୋଧ କରିବାରୁ ସ୍ୱାମୀକୁ ଶାବଳ ପିଟି ମାରିଦେବା ଅଭିଯୋଗ

କେନ୍ଦ୍ରାପଡା : ସ୍ୱାମୀ ଆଗରେ ସ୍ତ୍ରୀକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ । ।ଉ ଏହାକୁ ବିରୋଧ କରିବାରୁ ସ୍ୱାମୀଙ୍କୁ ଶାବଳରେ ପିଟି ପିଟି ମାରିଦେଲେ ଅଭୁଯୁକ୍ତ । ଏମିତି ଅଭିଯୋଗ ହୋିଛି କେନ୍ଦ୍ରାପଡର ଡେରାବିଶ ଥାନାରେ । ଘଟଣା ଘଟିଛି ଏଣ୍ଡର ଗାଁରେ । ମୃତକ ସ୍ୱାମୀ ହେଉଛନ୍ତି ହରେକୃଷ୍ଣ ମଲ୍ଲିକ ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର କେତେଜଣ ଯୁବକ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସସ୍ମିତା ଏତଲାରେ ଦର୍ଶାଇଛନ୍ତି ଯେ, ସ୍ୱାମୀଙ୍କ ଉପସ୍ଥିତିରେ ସେମାନେ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ହରେକୃଷ୍ଣ ବିରୋଧ କରିବାରୁ ମିଟୁ ମଲିକ, ସନ୍ତୋଷ ମଲିକଙ୍କ ସମେତ ଅନ୍ୟ ୮ଜଣ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗୁରୁତର ହରେକୃଷ୍ଣଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସସ୍ମିତା କହିଛନ୍ତି।

Leave A Reply

Your email address will not be published.