ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ ହେଲେ ଏୟାର ଇଣ୍ଡିଆର ଅଧ୍ୟକ୍ଷ

ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରନ୍‌ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ବୋର୍ଡରେ ସାମିଲ ହୋଇଥିଲେ ଏବଂ ଜାନୁଆରୀ ୨୦୧୭ରେ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୮ରେ ଋଣ ବୋଝ ତଳେ ଦବି ରହିଥିବା ଏୟାର ଇଣ୍ଡିଆକୁ ଟାଟା କମ୍ପାନୀ ନିଜ ଅଧିନକୁ ନେଇଥିଲା। ଏହାପରେ ଏହାର ଅଧ୍ୟକ୍ଷ ସନ୍ଧାନ ଚାଲିଥିଲା। ସୋମବାର ଆୟୋଜିତ ହୋଇଥିବା ଏକ ବୋର୍ଡ ମିଟିଂରେ ଏହି ଶୀର୍ଷ ପଦବୀ ପାଇଁ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି।

Leave A Reply

Your email address will not be published.