ହଲିଉଡ଼ରେ ଧନୁଷଙ୍କ ଯାଦୁ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଧନୁଷ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ଯେଉଁଥିରେ ଧନୁଷ ଦମଦାର୍‌ ଅନ୍ଦାଜରେ ନଜର ଆସିଛନ୍ତି ।

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଫିଲ୍ମଟି ଆନ୍ଥୋନି ଏବଂ ଜୋ ରୁସୋଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଫିଲ୍ମର ପ୍ରଥମ ଲୁକ୍‌ ଶେୟାର କରିଛନ୍ତି। ଏହି ଫିଲ୍ମରେ ରିଆନ ଗୋସଲିଂ, କ୍ରିସ ଇଭାନ୍ସ, ଏନା ଡି ଅରମାସ, ରେଗେ-ଜୀନ ପେଜ, ଜେସିକା ହେନୱିକ, ବିଲି ବବ ଥର୍ନଟନ ଏବଂ ୱାଗନର୍‌ ମୌରା ପ୍ରମୁଖ ଅଭିନୟ କରିଛନ୍ତି।

Leave A Reply

Your email address will not be published.