ଭୁବନେଶ୍ବର: ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢା ମୃତ୍ୟୁ ଘଟଣାରେ ହାତ ଟେକିଦେଲେ ସରକାର । ରାଜ୍ୟ ଜଙ୍ଗଲ ବିଭାଗ ଜନ୍ତୁଙ୍କୁ ଧରିବାରେ ପେଲ ମାରିବା ପରେ ଏବେ ସରକାର ଭରସା କରିଛନ୍ତି Wild life institute of indiaରୁ ବିଶେଷଜ୍ଞ ଉପରେ । ନିଆଳି ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଣ୍ଢା ମୃତ୍ୟୁ ଘଟଣାର କାରଣ ଖୋଜିବା ଓ ଅଜଣା ଜନ୍ତୁଙ୍କ ସଂର୍ପକରେ ଜାଣିବାକୁ ରାଜ୍ୟ ସରକାର Wild life institute of indiaରୁ ବିଶେଷଜ୍ଞଙ୍କୁ ଡକିଛନ୍ତି । ସେମାନେ ମେମ୍ଢା ମୃତ୍ୟୁ ହେୁଉଥିବା କଟକର ନିଆଳି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯିବେ । କାରଣ ଅନୁଧ୍ୟାନ କରି ରିପୋର୍ଟ ଦେବେ । ଏହି ସୂଚନା ଦେିଛନ୍ତି ରାଜ୍ୟ ଜହ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତ ରାୟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଛି ।ମେଣ୍ଢାକୁ ଆକ୍ରମଣ କରି ମାରିବା ଶୈଳୀ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଭିନ୍ନ ଭିନ୍ନ ଜନ୍ତୁକୁ ନେଇ ଆକଳନ ହେଉଛି । ହେଟାବାଘ, ଗଧିଆ, ବଣ ବିଲେଇ ଏହି ପ୍ରଜାତିର ଜନ୍ତୁ ମାରୁଛନ୍ତି ବୋଲି କୁହାଯାଉଛି, କିନ୍ତୁ ତାହା ସ୍ପଷ୍ଟ ହୋଇପାରୁନି । ତେଣୁ ଏହି ଘଟଣାରେ ଆହୁରି ଅଧିକ ବିଶେଷଜ୍ଞଙ୍କୁ ଡକାଯାଇଛି । ସମସ୍ୟାର ସମାଧାନ ପାଇଂ ସେମାନଙ୍କ ସହାୟତ ନିଆଯିବ,ସେମାନେ ଆସି ଅଧିକ ତର୍ଜମା କରି ସିଦ୍ଧାନ୍ତରେ ପହଞ୍ଚି ପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ମେଣ୍ଢା ମୃତ୍ୟୁର କ୍ଷତିପୁରଣ ଦେବା ନେଇ ଆଇନରେ ସଂଶୋଧନ ଆଣିବା ପାଇଂ ବିଚାର ବିମର୍ଶ ହେଉଛି ବୋଲି ସୂଚନା ଦେିଛନ୍ତି ବିଭାଗୀୟ ମନ୍ତ୍ରୀ । ସୂଚନା ଥାଉକି ଗତ ଦୁଇ ମାସ ହେଲା କଟକ ଜିଲ୍ଲା ନିଆଳିରେ ମେଣ୍ଢା ମୃତ ଆତଙ୍କ ଦେଖା ଦେିଛି । ଅଜଣା ଜନ୍ତୁଙ୍କୁ ଧରିବା ଲାଗି ବନ ବିଭାଗ ପଦକ୍ଷେପ ନେଇଥିଲା । ସିସି ଟିଭି ଲଗାଇ ଜନ୍ତା ଓ ଜାଲ ବିଛାଇଥିଲା । ବାରିପଦା ଶିମିଳିପାଳ ୍ଭାୟରଣ୍ୟରୁ ସ୍ବତନ୍ତ୍ର ଟିମ ଆସିଥିଲେ ।୧୧ ଲକ୍ଷ ଟଙ୍କା ବି ଖର୍ଚ୍ଚ ହେଲା । ହେଲେ ସବୁ ଫେଲ ମାରିଲା । ଗାଁ ଲୋକେ ଏକ ବିଲୁଆକୁ ଜାଲରେ ଧରିଥିଲେ । ତାକୁ ନନ୍ଦନ କାନନ ଆଣାଯିବାପରେ ସେ ମେଣ୍ଢା ମାରୁନି ବୋଲି ପ୍ରାଣୀ ବିଶେଶଂଗ୍ୟ କହିବା ପରେ ପେଡି ପୁଟୁଲା ବାନ୍ଧି ଟିମ ନିଆଳିରୁ ଫେରିଛି । ଏବେ କିନ୍ତୁ ଅନୁରୂପ ଡଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଣ୍ଢା ମୃତ୍ୟୁ ହେୁଥିବା ଖବର ଆସୁଛି । ନିରୁପାୟ ହୋଇ ପଡିଛି ବନ ବିଭାଗ ।
Next Post
