ଭୁବନେଶ୍ୱର: କେବଳଗାଁକୁ ଯାଇ ଲୋକ ସଂପର୍କ ବଢାଅ । ଲୋକଙ୍କ ସହ ମିଶ । ସେମାନଙ୍କ ସୁବିଧା ଅସୁବିଧାରେ ସାମିଲ ହୁଅ । ସରକାରଙ୍କ ଜନହିତକର ଯୋଜନାର ସୁଫଳ କଥା ଲୋକଙ୍କୁ କୁହ । ଜେପିର ‘ମୋ ବୁଥ୍ ସବୁଠୁ ମଜଭୁତ’କୁ କାଉଣ୍ଟର କରିବା ଲାଗି ବିଜେଡିର ‘ଆମ ଗାଁ, ଆମ ବିକାଶ’। ଦଳୀୟ ସାଂସଦ ଓ ବିଧାୟକଙ୍କୁ ଏଥିପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେବଳ ଗାଁକୁ ଫୋକସ କଲେ ହେବନି । ସହରକୁ ଯାଅ । ସହରର ଭୋଟରଙ୍କୁ ଭେଟ । ସରକାରଙ୍କ ସଫଳ ଯୋଜନା ସେମାନଙ୍କୁ ବୁଝାଇବାକୁ ବି ପରାମର୍ଶ ଦେଇଛନ୍ତି ।ଏଥିଲାଗି ଘୋଷଣା କରିଛନ୍ତି ସହର ପାଇଁ ବି ବିଜେଡିର ନୂଆ କାର୍ୟ୍ୟକ୍ରମ ‘ଆମ ସହର, ଆମ ଉନ୍ନତି’ ସମ୍ପର୍କରେ ଘୋଷଣା କରିଛନ୍ତି ନବୀନ। ଆଗକୁ ଅର୍ବାନ ଭୋଟ ଥିବାରୁ ଏମିତି ରଣନିତୀ ଆପଣେଇଛନ୍ତି ନବୀନ । ଏଥିିଲାଗି ଦଳର ବିଧାୟକ ଓ ସାଂସଦ ମାନଙ୍କୁ ଗୁରୁମନ୍ତ୍ର ବି ଦେଇଛନ୍ତି । ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ନିଷ୍ପତ୍ତି ଅନୁସାରେ ଏଣିକି ଦଳର ବିଧାୟକ ଓ ସାଂସଦମାନେ ଗାଁକୁ ଯାଇ ଲୋକଙ୍କ ସହ ଯୋଡି ହେବେ। ଗାଁ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଏହାର ସମାଧାନ କରିବେ। ଏଥିସହ ରାଜ୍ୟ ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ। ତେବେ କାର୍ୟ୍ୟକ୍ରମର ଫୋକସରେ ରହିବ ବିରୋଧୀଙ୍କ ମିଥ୍ୟା ପ୍ରଚାର। ବିଧାୟକ ଓ ସାଂସଦମାନେ ଗୋଟିଏ ଦିନରେ ଗୋଟିଏ ପଞ୍ଚାୟତରେ ଥିବା ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ କଥା କହିବେଆମ ଗାଁ ଆମ ବିକାଶର କୋ-ଅର୍ଡିନେଟର୍ ଦେବୀ ପ୍ରସାଦ ମିଶ୍ର କହିଛନ୍ତି-“ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ। ଏହାଛଡ଼ା ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ବିଧାୟକ ଓ ସାଂସଦ ଗାଁକୁ ଯିବେ।”
ବିଜେପି ପରେ ଏବେ ବିଜେଡିର ଫୋକସ୍ରେ ଗାଁ। ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ୟ୍ୟକ୍ରମ ଜରିଆରେ ବୁଥ୍ ସ୍ତରରେ ନିଜ ସଂଗଠନ ମଜବୁତ କରୁଛି ବିଜେପି। ଏବେ ବିଜେଡି ମଧ୍ୟ ବୁଥ୍କୁ ଯାଇ ସଂଗଠନ ମଜବୁତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଦଳ ଓ୍ୱାର୍ଡ ସ୍ତରରେ କମିଟି ଗଠନ କରିବାକୁ ଯୋଜନା ଚଳାଇଛି।
Prev Post
Next Post
