“ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ସହଯୋଗ ଜାରି ରହିବ”

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ସହଯୋଗ ବଜାୟ ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ୟୁନିସେଫ୍ର ୨୦୧୮ ବର୍ଷରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଏବଂ ୨୦୧୯ ବର୍ଷ ନିମନ୍ତେ ଯୋଜନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ସମୀକ୍ଷା କରିଛନ୍ତି । ୟୁନିସେଫ୍ ତରଫରୁ ଗତ ବର୍ଷ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତ ବର୍ଷର କାର୍ଯ୍ୟକାରୀ ପ୍ରସ୍ତାବ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୟୁନିସେଫ୍ ତରଫରୁ ରାଜ୍ୟରେ ପୁଷ୍ଟୀହୀନତା ଦୂରିକରଣ , ନବଜାତକଙ୍କୁ ଉନ୍ନତମାନର ଚିକିତ୍ସା ଓ ମୃତ୍ୟୁହାର ହ୍ରାସ , ସମୟପୂର୍ବରୁ ଜନ୍ମନେଉଥିବା ଓ କମ୍ ଓଜନ ଶିଶୁଙ୍କ ଯତ୍ନ ନିମନ୍ତେ ସଂପୃକ୍ତ ଡାକ୍ତର ଓ ପାରାମେଡିକ୍ମାନଙ୍କ ଦକ୍ଷତା ବୃଦ୍ଧି , ସମସ୍ତ ୩୦ ଟି ଯାକ ଜିଲ୍ଲାରେ ଏଚ୍ଆଇଭି ,ସିଫିଲିସ୍ ଚିହ୍ନଟ , ଟୀକାକରଣ , ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା ମାନଙ୍କ ଯତ୍ନ ଦିଗରେ ଜାରି ରହିଥିବା କାର୍ଯ୍ୟକ୍ରମରେ ସହଯୋଗ ବଜାୟ ରଖିବ । ସେହି ରି ଶିଶୁ ସ୍ୱାସ୍ଥ୍ୟ ପାଇଁ ଆଂଚଳିକ ପାରଦର୍ଶିତା କେନ୍ଦ୍ରଗୁଡିକୁ କାର୍ଯ୍ୟକ୍ଷମ କରିବା , ୨୦୨୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣା ଯୋଜନାର ଲକ୍ଷ୍ୟ
ହାସଲ କରିବା , ଶିଶୁଙ୍କୁ ମାତୃ ସ୍ତନ୍ୟପାନର ଜରୁରୀ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ , ଖାଇବା ପୂର୍ବରୁ ହାତଧୋଇବା ଭଳି କାର୍ଯ୍ୟକ୍ରମକୁ ଆଗେଇ ନେବା ଦିଗରେ ସହାୟତା ଓ ସହଯୋଗ ସଂପର୍କରେ ଗ୍ରହଣ କରାଯିବାକୁ ଥିବା ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସହଯୋଗୀ ସଂସ୍ଥାମାନେ ନିଜ ନିଜ ମଧ୍ୟରେ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ଅଧିକ ଯୋଗସୂତ୍ର ଏବଂ ସହଯୋଗ ରକ୍ଷାକରି କାର୍ଯ୍ୟକରିବାକୁ ଡାଃ ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବ÷ଠକରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ଲିଙ୍ଗରାଜ ମିଶ୍ର , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାଃ ବି ିନ ବିହାରୀ ପଟ୍ଟନାୟକ , ୟୁନିସେଫ୍ର ବିଭେକ ସିଂହ , ସୌରଭ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.