ବାରିପଦାରେ ମୁହଁ ଚାହାଁ ଚାହିଁ ହେବେନି ମୋଦି – ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ବାରିପଦାରେ ଏକାଠି ହେବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ମଞ୍ଚରେ ବସିବେନି କି କେହି କାହା ମୁହଁ ଚାହିଁବେନି । କାହିଁକିନା ବାରିପଦାରେ ହେବାକୁ ଥିବା କେନ୍ଦ୍ରୀୟ ଯୋଜନାର ଶୁୁଭ ଶିଳାନ୍ୟାସ ଉତ୍ସବର ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ବଂର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ଏକଯୋଜନା କାଲି ପୁରୀରେ ଶୁଭାରମ୍ଭ କରିବେ ତେଣୁ ମୁଖ୍ୟମନ୍ତ୍ରୀ ପୁରୀ ଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବେ ନାହିଁ ବୋଲି ସୂଚନା ମିଳିଛି।
ତେବେ ମୋଦି- ନବୀନ ଭେଟ ଘାଟ ନହବା ଓ ସରକାରୀ ସଭାରେ ଦୁହେଁ ଏକାଠି ହୋଇଷ୍ଟେଜ ସେୟାର ନକରିବା ପଛରେ ରାଜନୀତି ରହିଥିବା ନେଇ ଚର୍ଚ୍ଚା ହେଉଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଉଭୟ ବିଜେଡି ଓ ବିଜେପି ବିର୍ବାଚନୀ ମଇଦାନକୁ ଏକ ପ୍ରକାର ଓହ୍ଲାଇ ସାରିଲେଣି । ରାଜ୍ୟରେ ବିଜେଡି ସରକାରକୁ ଗାଦିରୁ ହଟାଇ କ୍ଷମତାକୁ ଆସିବାକୁ ବିଜେପି ୧୨୦ ପ୍ଲସ ମିଶନ ରଖିଛି । ଏହାକୁ ନେଇ ଦୁଇ ଦଳ ମୁହାଁ ମୁହିଁ ସ୍ଥିତିରେ ଅଛନ୍ତି । କଂଗ୍ରେସ ବିରୋଧୀ ଦଳ ଭୂମିକୀାରେ ଥିଲେ ବି ବିଜେପି ଦୁଇ ନମ୍ବର ଦଳ ଭାବେ ମୁଖ୍ୟ ବିରୋଧୀର ଭୂମିକା ନେଇ ସରକାରି ଦଳକୁ ଓ ସରକାରଙ୍କୁ ଟାର୍ଗେଟ କରକି ସାସୁଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜ୍ପେି ଗେରୁଥିବାବେଳେ ବିଜେଡି କେନ୍ଦ୍ରସରକାର ଓ ବିଜେପିକୁ ସମାଲୋଚନା କରି ଆସୁଛି । କେନ୍ଦ୍ର ବିରୋଧରେ ଚାଷୀଙ୍କ ଏମସି ,ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି,ମହାନଦୀ ପୋଲାଭରପ୍ସ୍ତନ୍ତ୍ର ରାଜ୍ୟ ପାହ୍ୟା ଆଦି ପ୍ରସଙ୍ଗ ନେଇ କେନ୍ଦ୍ର ଓ ବିଜେପିକୁ ଗେରୁଥିବାବେଳେ ବିଜେପି ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଦୋଳନକୁ ଓହ୍ଲାଉଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ତେଣୁ ଆଗକୁ ନିର୍ବାଚନ ଥିବାରୁ ଦୁଇ ଦଳର ମୁଖିଆ ଆଉ ଏକାଠି ହେବା ମୁଡରେ ଥିବା ପରି ଲାଗୁନି । ଖୋର୍ଦ୍ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଠି ସରକାରୀକାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ କେଇ ମିନିଟ ପରେ ଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜ୍ୟସରକାରଙ୍କୁ ସମାଲୋଚନା କଲେ । ରାଜ୍ୟ ସରକାର ବିକାଶ ବିରୋଧୀ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଦୁର୍ନୀତି ଦାନବକୁ କିଏ ଦାନା ଦେଉଛି ବୋଲି କହି ପରୋକ୍ଷରେ ନବୀନଙ୍କୁ ସମାଲୋଚନା କଲେ ମୋଦି । ଏହାକୁ କୁଆଡେ ସହଜରେ ଗ୍ରହଣ କରିପାରିନି ବିଜେଡି । ସେଥିଲାଗି ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ ବୋଲି କୁଆଡେ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସଭା ସମୟରେ ପୁରୀରେ ରାଜ୍ୟ ସରକାର ନିଜର କାଯ୍ୟ୪କ୍ରମ କରିବାକୁ ସ୍ଥିର କରିଥିବା କୁହାଯାଉଛି ।
ଆଉ ଏକ ଆଲୋଚନା ବି ହେଉଛି । ବିଜେପିର କାର୍ଯ୍ୟକ୍ରମ ଅଧିକ ମାଇଲଏଜ ନପାଉ ଓ ସେଇ ସମାନ ସମୟରେ ବିଜେଡି କାର୍ଯ୍ୟକ୍ରମ ହେଉ ବୋଲି ସ୍ଥିର ହୋଇଛି । ଏହାହେଲେ ମିଡିଆରେ ବିଜେଡିକୁ ବା ରାଜ୍ୟ ସରକାରଙ୍କ କାଯ୍ୟକ୍ରମକୁ ମଧ୍ୟ ସିରୋନାମାରେ ସ୍ଥାନ ମିଳିବ । ତେଣୁ ଏସବୁକୁ ଦେଖି କାଯ୍ୟକ୍ରମ ସ୍ଥିର ହୋଇଛି ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୫ରେ ବାରିପଦା ଯିବେ ନାହିଁ ବୋଲି ଶୁକ୍ରବାର ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନବୀନ ପଟ୍ଟନାୟକ ଶନିବାର ବାରିପଦାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର‌୍ୟ୍ୟକ୍ରମରେ ଯୋଗଦେବେ ହେବେ ନାହିଁ।
ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍‌ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଏଲପିଜି ପାଇପ୍‌ଲାଇନ୍‌ର ଲୋକାର୍ପଣ ସାମିଲ ରହିଛି। ସେହିପରି ରେଲଲାଇନ ଦୋହରୀକରଣ, ବାଲେଶ୍ୱରରେ ଲଜିଷ୍ଟିକ ହବ, ହରିପୁରରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦିର ଲୋକାର୍ପଣ କରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନିକିଆ ପୁରୀ ଗସ୍ତ କରୁଛନ୍ତି। ନବୀନ ପୁରୀର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଯୋଗଦେବେ। କାର‌୍ୟ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

Leave A Reply

Your email address will not be published.