ପିଲାଙ୍କ ମୁହଁ ଦେଖିବା ଆଗରୁ ଚାଲିଗଲା ବାପା ମବାବୀର


ସାତକୋଶିଆରେ ଚୁଆ ଜନ୍ମ ଦେଲା  ବାଘୁଣୀ

ଅନୁଗୋଳ :  ଗତବର୍ଷ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ମହାବଳ ମହାବୀରର ମୃତ୍ୟୁ।  ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଏହି ମହାବଳ ବାଘର ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କିନ୍ତୁ ମହାବଳ ମହାବୀରର ମୃତ୍ୟୁ ପରେ ଏବେ ତାର ଛୁଆ ଜନ୍ମ ହୋଇଛନ୍ତି। ମହାବୀର ସହିତ ମିଳନ ପରେ ଗର୍ଭବତୀ ହୋଇଥିବା ବାଘୁଣୀ କେତେକ ଶାବକକୁ ଜନ୍ମ ଦେଇଛି। ତେବେ କେତୋଟି ଶାବକ ଜନ୍ମ ନେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତୋଟି ଅଣ୍ଡିଆ ଓ ମାଇ ତାହା ସ୍ପଷ୍ଟ ହୋଇନାହିଁ। ବାଘୁଣୀ ଏହି ଛୁଆ ମାନଙ୍କୁ ନିକଟସ୍ଥ ଏକ ପଥର ଖୋଲରେ ରଖି ଲାଳନପାଳନ କରୁଛି। ତେବେ ସାତକୋଶିଆ ଅଭୟାରଣ୍ୟ ଭିତରେ ମହାବଳ ମହାବୀରକୁ ଶିକାରୀ ମାରିଦେଇଥିବାରୁ ଏବେ ତାରା ଛୁଆମାନଙ୍କର ସୁରକ୍ଷା ନେଇ ସାତକୋଶିଆ କର୍ତ୍ତୃପକ୍ଷ ସତର୍କ ହୋଇଛନ୍ତି।  ଯେହେତୁ ବାଘୁଣୀ ପ୍ରସବ କରିବା ପରେ ପୂର୍ବାପେକ୍ଷା ଅଧିକ ହିଂସ୍ର ହୋଇଉଠେ,ତେଣୁ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକ ବନ କର୍ମଚାରୀ ଙ୍କୁ ପଠାଯାଉନାହିଁ। ଲଗାଯାଇଥିବା କ୍ୟାମେରାରେ ଗତିବିଧି ଲକ୍ଷ୍ୟ କରାଯାଉଛି। ବାଘୁଣୀ ସାଧାରଣତଃ ୨ ରୁ ୭ଟି ଶାବକ ଜନ୍ମ ଦେଇପାରେ । ଏହାର ଗର୍ଭ ସମୟ ୯୦ରୁ ୧୨୦ ଦିନ । ବେଶୀ ଶାବକ ଗର୍ଭରେ ଥିଲେ ଶୀଘ୍ର ଜନ୍ମ ନିଏ। ସେହି ଅନୁସାରେ ସାତକୋଶିଆରେ ଅତିକମ୍ ରେ ଦୁଇଟି ଶାବକ ଆସିଥିବା ସ୍ପଷ୍ଟ ହୋଇଛି। ଦୁଇ ମାସ ପରେ ବାଘୁଣୀ ଛୁଅାଙ୍କ ଲାଳନ ପାଳନ ପାଇଁ ପଦାକୁ ବାହାରିବ । ସେତେବେଳେ ସବୁକଥା ସ୍ପଷ୍ଟ ହେବ ବୋଲି ସାତକୋଶିଆ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.