ଭୁବନେଶ୍ବର : ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ । ଉଚ୍ଚ ଜାତିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ଦେଇଛି ମଞ୍ଜୁରୀ। ପୂର୍ବରୁ ଏନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ତେବେ ଦେଶରେ ସଂରକ୍ଷଣ ରାଜନୀତି ଜୋର ଧରିଥିବା ବେଳେ କେନ୍ଦ୍ର ସରକାର ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ଏକ ନୂଆ ଧାରା ଆରମ୍ଭ କରିଛନ୍ତି। ଯେଉଁ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ ସେମାନଙ୍କୁ ଏହି ସଂରକ୍ଷଣ ବର୍ଗରେ ସାମିଲ କରାଯିବ। କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେବା ପରେ ଏହାକୁ ସଂସଦରେ ସଂଶୋଧିକ ବିଲ୍ ମାଧ୍ୟରେ ଉପସ୍ଥାପନ କରାଯିବ।
ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ
କେନ୍ଦ୍ର କ୍ୟାବିନେଟ୍ ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ସବର୍ଣ୍ଣଙ୍କୁ ୧୦ % ସଂରକ୍ଷଣ ଦେବାକୁ ନିଷ୍ପତ୍ତି
ପୂର୍ବରୁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା
ସରକାରୀ ଚାକିରିରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସବର୍ଣ୍ଣଙ୍କୁ ମିଳିବ ସଂରକ୍ଷଣ
