ନୂଆଦିଲ୍ଲୀ : ଭିଭିଆଇପି ଅଗଷ୍ଟା ୱେଷ୍ଟଲାଣ଼୍ଡ ହେଲିକପ୍ଟର କାରବାର ମାମଲାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମହାରାଷ୍ଟ୍ରର ସୋଲାପୁରରେ ସାଧାରଣଜନତାଙ୍କୁ ସମ୍ବୋଧନ କରି ମୋଦି ଅଗଷ୍ଟା ୱେଷ୍ଟଲାଣ଼୍ଡ ହେଲିକପ୍ଟର କାରବାର ମୁଖ୍ୟ ଅଭିଯୁକ୍ତ ଖ୍ରୀଷ୍ଟୀଆନ ମିସେଲଙ୍କୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ମିସେଲ ଫ୍ରାନ୍ସର ବିମାନ ନିର୍ମାଣକାରୀ କମ୍ପାନୀ ରାଫେଲର ପ୍ରତିପକ୍ଷ ପାଇଁ ଲବି କରୁଥିଲା ବୋଲି ମୋଦି କହିଛନ୍ତି। କଂଗ୍ରେସର ଜଣେ ବରିଷ୍ଠ ନେତା ଏବିଷୟରେ ଅବଗତ ଅଛନ୍ତି। ଏହି ଡିଲ ନେଇ ସୁବୁ ତଥ୍ୟ କଂଗ୍ରେସ ସାର୍ବଜନୀନ କରୁ ବୋଲି ମୋଦି କହିଛନ୍ତି। ଦେଶରୁ ଦୁର୍ନୀତି ମୁଳୋତ୍ପାଟନ ପାଇଁ ସେ ଚୌକିଦାର କାମ କରୁଛନ୍ତି । ବିରୋଧୀ ତାଙ୍କୁ କିଣିପାରିବେନି କିମ୍ବା ଭୟଭୀତ କରିପାରିବେନି ବୋଲି ମୋଦି କହିଛନ୍ତି। ଚୌକିଦାର ଅନ୍ଧାର ଭିତରେ ବି ଚୋରକୁ ଠାବ କରିପାରିବ ବୋଲି ମୋଦି କହିଛନ୍ତି।
ରାଜସ୍ଥାନରେ ଜନତାଙ୍କୁ ସମ୍ବୋଧନଦେବାକୁ ଯାଇ ଏନଡିଏ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କ୍ରିକେଟ ଖେଳର ସିକ୍ସର ଶବ୍ଦକୁ ନେଇ ମୋଦିଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ରାହୁଲ। ଦେଶର କୃଷକଙ୍କ ପାଇଁ ମୋଦି ସରକାର ସେଭିଳି କିଛି ଆଖିଦୃଶିଆ କାମ କରିନି। ଚାଷୀଙ୍କ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ମୋଦି ବ୍ୟାକ ଫୁଟରେ ସବୁ ସମୟରେ ଖେଳୁଛନ୍ତି। ଏଥିପାଇଁ ଦେଶର ଯୁବ ପିଢି ଫ୍ରଣ୍ଟଫୁଟରେ ଖେଳି ଛକ୍କା ମାରିବାକୁ ରାହୁଲ ଆହ୍ବାନ ଦେଇଛନ୍ତି। ରାଲି ମାଧ୍ୟମରେ ବାର୍ତ୍ତା ଦେବାକୁ ଯାଇ ରାହୁଲ କହିଛନ୍ତି କୃଷକମାନଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି. କୃଷକଙ୍କ ଋଣ ଛାଡ ପାଇଁ ରାଜସ୍ଥାନ,ମଧ୍ୟପ୍ରଦେଶ,ଓ ଛତିଶଗଡ ସରକାରଙ୍କୁ ରାହୁଲ ପ୍ରଶଂସା କରିଛନ୍ତି। ରାଫେଲ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧି ଘେରିଛନ୍ତି. ସଂସଂଦରେ ପ୍ରତିରକ୍ଷାମନ୍ତ୍ରୀ ୧୫୦ ମିନିଟ କହିଥିଲେ ବି ତାଙ୍କର ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି ବୋଲି ରାହୁଲ କହିଛନ୍ତି।
