ଭୁବନେଶ୍ବର : ୨୬ ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୬ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସରକାର ଅର୍ଥ ନେଣଦେଣ କରିଥିବା ୧୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ । ଜାନୁଆରୀ ୧୫ ତାରିଖ ପରେ ବାକି ହିତାଧିକାରୀଙ୍କ ଫର୍ମ ଯାଞ୍ଚ ହେବ । ଏହାପରେ ସେମାନଙ୍କ ଆକାଉଣ୍ଟରେ ପହଞ୍ଚିବ କାଳିଆ ଟଙ୍କା
Related Posts
