ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି – ନବ
ଭୁବନେଶ୍ୱର : ବିଧାୟକ ନବ ଦାସ ଧୋକା ବାଜ । ତାଙ୍କ କଥା ଗୋଟେ କାମ ଆଉ ଗୋଟେ । ନିଜ ସ୍ୱାର୍ଥ ପାିଁ ସବୁ କରିପାରିବେ । ତାଙ୍କ କଥଆ ଓ କାମକୁ ବିଶ୍ୱାସ କରିହେବନି । ଝାରସଗୁଡା ବିଧାୟକ ନବ ଦାସଙ୍କ ସଂପର୍କରେ ଏକଥା ଆମେ କହୁନୁ କହୁଛନ୍ତି କଂଗ୍ରେସ ସମର୍ଥକ । ଝାରସଗୁଡା ଠାରୁ ଭୁବନେଶ୍ୱର ଯାଏ କଂଗ୍ରେସ ପ୍ରେମି ଓ ଖଟିରେ ଶୁଣିବାକୁ ମିଳୁଛି ଏମିତି ଆଲୋଚନା । ଦିନକ ତଳେ କଂଗ୍ରେସ ଟିକଟେରୁ ୨୦୧୯ ବିଧାନସଭା ନିର୍ବାଚନ ଲଢିବେ ବୋଲି କହିଥିବା ନବ ଦାସ ବିଜେଡିରୁ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିବା ପରେ ଏମିତି ଚର୍ଚ୍ଚା ହେଉଛି । ଏମିତିବେଳେ ଦଳ ଛାଡୁଛନ୍ତି ଯେ ଯାହାକୁ ନେଇ ଚର୍ଚା ହେବା ସ୍ୱାଭାବିକ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜାନୁଆରୀ ୨୫ ଓଡିଶା ଗସ୍ତ ପୂର୍ବରୁ ହାତକୁ ବାଏ ବାଏ କରିବାକୁ ଝାରସଗୁଡା ବିଧାୟକ ନବ ଦାସ ପ୍ରସ୍ତୁତ ହୋଇଛନ୍ତି । ୨୪ରେ ବିଧି ବଧ ଭାବେ ବିଜେଡିରେ ମିଶିବେ ନବ ବାବୁ । ତାହା ପୁଣଇ ଝାରସଗୁଡା ଠାରେ ଆୟୋଜିତ ବିଜେଡି ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ଉପସ୍ଥିତରେ । ଏକଥା ଆଉ କେହି ନୁହେଁ ନିଜେ ନବ ଦାସ ଖୁଲାସା କରିଛନ୍ତି । ଯେଉଁ ମୁହଁରେ କଂଗ୍ରେସ ଛାଡିବେ ନାହିଁ ବୋଲି ତୋଡ ଦେଖାଉଥିଲେ ସେଇ ମୁହଁରେ ଏବେ ବିଜେଡି ମୁହାଁ ହୋଇଛନ୍ତି ବୋଲି ଗଣମାଧ୍ୟମରେ ସ୍ୱୀକାର ବି କରିଛନ୍ତି ।
ଗତ ୧୧ ତାରିଖରେ ଭୁବନେଶ୍ବରରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିବା ବେଳେ ଆଜି କୋଲାବିରା ବ୍ଲକ ସମାସିଂହାରେ ୨୦୧୯ରେ ହାତ ନୁହେଁ ଶଙ୍ଖରେ ଲଢ଼ିବେ ବୋଲି ଏକ ସଭାରେ କହିବା ପରେ ଝାରସୁଗୁଡ଼ା ରାଜନୀତିରେ ପୁଣି ହଲଚଲ୍ ହୋଇଯାଇଛି। ଗତ ଏକ ସପ୍ତାହ ଧରି ନବ ଜିଲ୍ଲାର ସବୁ ପଞ୍ଚାୟତର କଂଗ୍ରେସ କର୍ମୀଙ୍କୁ ଡ଼ାକି ବିଚାର ବିମର୍ଶ କରିଥିଲେ। ନବ ବିଜେଡ଼ିରେ ଯୋଗ ଦେବାର ଏକ ପ୍ରକାର ଚୁଡ଼ାନ୍ତ ହୋଇ ଯାଇଛି। ଆସନ୍ତା ୨୪ ତାରିଖ ଦିନ ଏଥି ପାଇଁ ଦିନ ଧାର୍ୟ୍ୟ ହୋଇ ସାରିଛି ।
୨୪ ତାରିଖ ବିଜେଡ଼ିରେ ଯୋଗ ଦେବା ନେଇ ନବ ଏହାକୁ ସ୍ବୀକାର କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସୂଚନା ମଧ୍ୟ ଦେଇଥିଲେ। ତେବେ ସେ କଂଗ୍ରେସ ଦଳ ଛାଡ଼ି କାହିଁକି ବିଜେଡ଼ିରେ ଯୋଗ ଦେଉଛନ୍ତି ବୋଲି ପଚାରିବାରୁ ସେ କହିଲେ ଯେ, ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି । ତେବେ କଂଗ୍ରେସ ଦଳରେ ମୋର କୌଣସି ମତାନ୍ତର କିମ୍ବା ମନାନ୍ତର ନାହିଁ।
