କନ୍ଧମାଳ ସେବାଶ୍ରମର ଛାତ୍ରୀ ମାଆ ହେବା ଘଟଣା : ଏସପି ଙ୍କୁ ରିପୋର୍ଟ ମାଗିଲେ NCPCR

ନୂଆଦିଲ୍ଲୀ : କନ୍ଧମାଳ ସେବାଶ୍ରମର ଛାତ୍ରୀ   ପ୍ରସବ ପ୍ରସଙ୍ଗ । କନ୍ଧମାଳ ଏସପି ଙ୍କୁ ରିପୋର୍ଟ ମାଗିଲେ NCPCR ।  ୭ଦିନ ମଧ୍ୟରେ  କମିଶନଙ୍କୁ  ରିପୋର୍ଟ ଦେବାକୁ  ଏସପିଙ୍କୁ  ନିର୍ଦ୍ଦେଶ  ଦିଆଯାଇଛି । ୧୨ଟି ପଏଣ୍ଟ ଉପରେ ତଥ୍ୟ ମାଗିଛନ୍ତି  କମିଶନ୍ । ଗଣମାଧ୍ୟମର ତଥ୍ୟ ଆଧାରରେ  ଶୋ ମୋଟୋ  ରିପୋର୍ଟ ମଗାଯାଇଛି । ସେପଟେ   ଆଦିବାସୀ ଉନ୍ନୟନ ଓ  ମହିଳା ଶିଶୁ  କଲ୍ୟାଣ ମନ୍ତ୍ରୀଙ୍କ ଇସ୍ତଫା  ଦାବି କରିଛି  ମହିଳା କଂଗ୍ରେସ । ଏହାସହ ବିଭାଗୀୟ ସଚିବଙ୍କ ସହ କନ୍ଧମାଳ  ଜିଲ୍ଲାପାଳଙ୍କ ନିଲମ୍ବନ ଦାବି ଯୋର ଧରିଛି  ।  ପିଡିତା  ଛାତ୍ରୀଙ୍କୁ  ସୁରକ୍ଷା ପ୍ରଦାନ , ଉପଯୁକ୍ତ  ଚିକିତ୍ସା ଓ କ୍ଷତି ପୂରଣ ଦାବି କରିଛି ଦଳ ।  ଆସନ୍ତା  ୭୨ଘଣ୍ଟା ମଧ୍ୟରେ  ଦାବି ପୂରଣ ନହେଲେ  ଜାନୁଆରୀ ୧୯ରେ ମହିଳା କଂଗ୍ରେସ ରାଜ୍ୟପ୍ୟାପି  ଜିଲ୍ଲାପାଳଙ୍କ  ଅଫିସ ଆଗରେ  ଧାରଣା ଓ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି । କଂଗ୍ରେସର ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ପ୍ରଫୁଲ ସାମଲ  କହିଛନ୍ତି ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ଦାୟୀତ୍ବ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିରୋଧୀ କେବଳ ପ୍ରସଙ୍ଗ କରୁଛନ୍ତି ।

Leave A Reply

Your email address will not be published.