ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଉଦୟନାଥ ଜେନା ଖେଳପଡ଼ିଆଠାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ଓଡ଼ିଶାକୁ କିପରି ଭାବେ ଏକନମ୍ବର ରାଜ୍ୟ କରାଯାଇପାରିବ ସେଥିପାଇଁ ଅହଙ୍କାରୀ ସରକାରଙ୍କୁ ଟାରଗେଟ୍ କରାଯାଇଥିବା କହିଥିଲେ । ମହିଳାଙ୍କୁ ସଶକ୍ତ କରିଥିବା ଉଜ୍ଜ୍ୱଳା ଯୋଜନାକୁ ମୁଖ୍ୟମନ୍ତ୍ରୀ ବିରୋଧ କରୁଥିବା ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଓଡ଼ିଶାକୁ ଭାରତବର୍ଷରେ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ କହୁଥିବା ମୁଖ୍ୟମନ୍ତ୍ରୀ ଢେଙ୍କାନାଳରେ ବିଅର ଫ୍ୟାକ୍ଟ୍ରି କରିବା ପାଇଁ ରାତିଅଧରେ ଜଙ୍ଗଲ କାଟି ଜଙ୍ଗଲ ଜମିକୁ ସମ୍ପୃକ୍ତ କମ୍ପାନୀକୁ ଯୋଗାଇ ଦେଇଥିବା ବେଳେ ପୁରୀ ଜିଲ୍ଲାର ବିକାଶ ପାଇଁ ୪୧୫କିମି ଭାରତମାଳା ପ୍ରକଳ୍ପରେ ନିର୍ମାଣ ପାଇଁ ଥିବା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ରାଜପଥକୁ ଜମି ଯୋଗାଇ ଦେଉନାହାନ୍ତି । ଏ ଦିଗରେ ରାଜ୍ୟ ସରକାରଙ୍କ ସହଯୋଗ କରିବାକୁ ମନ ନାହିଁ । ବ୍ରହ୍ମଗିରି ସହିତ କୃଷ୍ଣପ୍ରସାଦର ସଂଯୋଗ ପାଇଁ ଚିଲିକା ସେତୁ ନିର୍ମାଣ ପାଇଁ ୫ଶହ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁମତି ନମିଳିବାରୁ ତାହାର କାର୍ଯ୍ୟ ଆରମ୍ଭରେ ବାଧା ସୃଷ୍ଟି ହୋଇଛି । ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ଶ୍ରୀ ପ୍ରଧାନ କହିଥିଲେ, ୨୦୧୪ରେ ଓଡ଼ିଶାରେ ଏକ କୋଟି ପରିବାର ମଧ୍ୟରୁ ମାତ୍ର ୨୦ଲକ୍ଷ ପରିବାରରେ ଉଜ୍ଜ୍ୱଳା ସଂଯୋଗ ହୋଇଥିଲା । ପୁରୀ ଜିଲ୍ଲାରେ ୪ଲକ୍ଷ ଘରୁ ମାତ୍ର ୭୮ଜହାର ଓ ବ୍ରହ୍ମଗିରିରେ ୩୦ହଜାର ୨୨୬ ଘରୁ ୧୪୧୪ଜଣଙ୍କ ଘରେ ଏଲ୍ପିଜି ସଂଯୋଗ ଥିଲା । ମାତ୍ର ଆଜି ଉଜ୍ଜ୍ୱଳା ଯୋଜନାରେ ବ୍ରହ୍ମଗିରିରେ ତାହା ବୃଦ୍ଧି ହୋଇ ୩୧,୭୨୯ରେ ପହଞ୍ôଚଛି । ମୁଖ୍ୟମନ୍ତ୍ରୀ କୃଷ୍ଣପ୍ରସାଦ ଆସି ଏକ ଫଳକ ମାରି ୧୪୯ଗାଁର ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ କହିଛନ୍ତି । ନିର୍ବାଚନକୁ ମାତ୍ର ୧୦୦ଦିନ ରହିଥିବା ବେଳେ ୧୪୯ଗାଁକୁ କିଭଳି ଏତେ କମ୍ ଦିନରେ ପାଣି ପହଞ୍ଚାଇ ପାରିବେ ବୋଲି ପ୍ରଶ୍ନ କରି ଏହା ଲୋକଙ୍କୁ ଭୂଆଁ ବୁଲାଇବାକୁ ଏକ ପ୍ରୟାସ ବୋଲି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ଗତ ମାସରେ ମୁଖ୍ୟମନ୍ତ୍ରୀ ଏଠାକୁ ଆସି ଫଳକ ଲଗେଇଛନ୍ତି । ୧୪୯ ଘରେ ପାଣି ପହଂଚାଇ ଦେଲେ । କିନ୍ତୁ କୃଷ୍ଣପ୍ରସାଦର ସବୁ ଗାଁର ଘରେ ଘରେ ପାଇପ ଯୋଗେ ପାଣି ପହଂଚିନାହିଁ । ବାହାଘର ବେଳେ ବାଇଗଣ ରୁଆ ଭଳି ଏବେ କାମ ହେଉଛି ।

୧୯ ବର୍ଷର ଶାସନରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କରକୃଷ୍ଣପ୍ରସାଦ,ବ୍ରହ୍ମଗିରିରମାଓଭଉଣୀଙ୍କକଷ୍ଟଜଣାପଡିଲା ନାହିଁ । କିନ୍ତୁ ନିର୍ବାଚନକୁ ମାତ୍ର ୧୦୦ ଦିନ ବାକି ଥିଲା ବେଳେ ଦିନରେ ଲଣ୍ଠନ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ଆସିଛନ୍ତି ୧୪୯ ଘରେ ପିଇବା ପାଣି ଯୋଗାଇବେ । ମୁଖ୍ୟମନ୍ତ୍ରୀ କୃଷ୍ଣପ୍ରସାଦ ଓ ଚିଲିକାକୁ ଦିନରେ ଲଣ୍ଠନ ଦେଖାଇବା ପାଇଁ ଆସିଥିଲେ ବୋଲି ଶ୍ରୀ ପ୍ରଧାନ କହିବା ସହ ଖଜୁଛି ଗଛର କି ଗୁଣ ଗାଇବା ମୂଳରେ ପାହାଛ ପାହାଛ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସମୁଦ୍ର କୂଳରେ ୪୧୫ କିମି ବ୍ୟାପି ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିବଙ୍ଗର ସୀମା ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇେଓ ନରେନ୍ଦ୍ର ମୋଦି ସରକାର କ୍ରିୟାନ୍ୱୟନ କରିବାକୁ ଯାଉଛନ୍ତି । ସାଗରମାଳା ପ୍ରୋଜେକ୍ଟ, ଭାରତମାଳା ପ୍ରଜୋକ୍ଟରେ ଏହି ୪୧୫ କିମି ଉପକୂଳ ଅଂଚଳରେ ମେରାଇନ ଡ୍ରାଇଭ ପରି ରାସ୍ତା କରିବା ପାଇଁ ଭାରତ ସରକାର ନିଷ୍ପତି କଲେ । ଏହାଦ୍ୱାରା ବ୍ରହ୍ମଗିରି ଅଂଚଳର ଅଧିବାସୀ ଲାଭ ପାଇଥାନ୍ତେ । ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ତିନି ବର୍ଷ ଧରି ଏହି ରାସ୍ତାର ନକ୍ସା ରାଜ୍ୟ ସରକାର, ମୁଖ୍ୟଶାସନ ସଚିବ, ଉପମୁଖ୍ୟଶାସନ ସଚିବ, ପୁରୀ, ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜିଲ୍ଲପାଳମାନଙ୍କୁ ଦିଆଗଲା । ରାଜ୍ୟ ସରକାର ଓ ଜନପ୍ରତିନିଧିଙ୍କ ସହମତିରେ ରାସ୍ତାର ଆଲାଇନମେଂଟ ପୂରା କରାଗଲା । ଏହା ପରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଦେବାର ଥିଲା । ଜାଗା ମିଳିବା ପରେ କେନ୍ଦ୍ର ସରକାର ୧୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ କରି ୪୧୫ କିମିକୁ ଜାତୀୟ ରାଜପଥ ବନାଇଥିଲେ ଏ ଅଂଚଳର ଭବିଷ୍ୟତ ପରିବର୍ତନ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଏହା ହୋଇପାରି ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଚିଲ୍ଲିକାରେ ଅଢେଇ କିମି ଲମ୍ବ ବ୍ରିଜ ତିଆରି କରିବାର ଆବଶ୍ୟକତା ରହିଛି ାଏଥିପାଇଁ ଜମିଅଧିଗ୍ରହଣ ଦରକାର ନାହିଁ । ମାତ୍ର ଗୋଟିଏ ଅନୁମତି ଦରକାର ଅଛି । ଓଡିଶାର ଜଙ୍ଗଲ ବିଭାଗ ମୁଖ୍ୟ ସଚିବ ଏହାକୁ ଅନୁମତି ଦେବା ଦରକାର । ଏହି ବ୍ରିଜ ହେଲେ ଗଞ୍ଜାମ, ପୁରୀ ବ୍ଲକ ଯୋଡିହେବ । ଉକ୍ତ ରାସ୍ତା ହେଲୋ ଗଞ୍ଜାମ ଲୋକ ସାତପଡା ଦେଇ ମହାପ୍ରଭୁଙ୍କୁ ଦର୍ଶନ କରପାରିବେ । ଏହାର ଅନୁମତି ପାଇଁ ଗୋଟିଏ ଦରଖାସ୍ତ ୮ ନଭେମ୍ବର ୨୦୧୮ରୁ ଓଡିଶା କୋଷ୍ଟାଲ ଜୋନ ମ୍ୟାନେଜମେଂଟ ପାଖରେ ପଡିରହିଛି । ବ୍ରିଜ ପାଇଁ ୫୦୦ କୋଟିରୁ ଅଧିକ ଖର୍ଚ ହେବ । ଓଡିଶା ସରକାରଙ୍କୁ କେବଳ ଗୋଟେ ଅନୁମତି ଦେବାର ଆବଶ୍ୟକତା ରହିଥିବା ବେଳେ ଏବେ ଅଢେଇ ମାସ ପରେ ଅନୁମତି ଦେଲେ ନାହିଁ । ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦ ବର୍ଷ ପୂର୍ବେ ଓଡିଶା ପାଇଁ ସଂଗ୍ରାମ କରିଥିବା ବକ୍ସି ଜଗବନ୍ଧୁଙ୍କ ପୂର୍ତି ଦିଲ୍ଲୀରେପାଳନ କରାଗଲା । ଗତ ୨୪ ତାରିଖରେ ମୋଦିଙ୍କ ହାତରେ ବକ୍ସି ଜଗବନ୍ଧୁଙ୍କ ଡାକ ଟିକେଟ୍ ଲୋକର୍ପଣ କରାଗଲା । ଏବେ ଗୁଜୁରାଟରେ ଷ୍ଟାଚ୍ୟ ଅଫ୍ ୟୁନିଟ, ମହାରଷ୍ଟ୍ରରେ ଶିବାଜୀଙ୍କ ମୂର୍ତିପରି ବରୁଣେଇ ପାଦଦେଶରେ ା ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ ନାଁରେ କେନ୍ଦ୍ରର ୧୦୦ କୋଟି ଟଙ୍କା ବ୍ୟୟବରାଦରେ ସ୍ମାରକୀ କରିବା ପାଇଁ ଭାରତ ସରକାର କହିଲୋ ମାତ୍ର ମୁଖ୍ୟମନ୍ତ୍ରୀ ଭାଷଣରେ କହିଲେ ବକ୍ସିଙ୍କ ସ୍ମୃତି ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଦେବେ । ଯେଉଁ ସମାଜ ବକ୍ସିଙ୍କ ପାଖରେ ଋଣି, ଯାହାଙ୍କ ସ୍ମତିରେ କିଛି କଲେ ବି କମ ପଡିବ, ମୁଖ୍ୟମନ୍ତ୍ରୀ ଏଥିରେ ଦୟା ଦେଖାଇ କହିଲେ ମୁଁ ମାଗଣା ଜମି ଦେବି । ୨୪ ଡିସେମ୍ବରରେ ରାଜ୍ୟ ସରକାର କହିଥିଲେ ମାଗଣାରେ ଜମି ଦେବୋ କିନ୍ତୁ ଏ ଯାଏଁ ଚିଠିକି ଟେଲିଫୋନ ଯାଇନାହିଁ । ମୁଖ୍ୟମନ୍ତ୍ରୀ କେବଳ ଭାରତ ସରକାରଙ୍କୁ ନୁହେଁ ମୋଦିଙ୍କୁ ବି ଠକିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ କୃଷ୍ଣପ୍ରସାଦର ପ୍ରାୟ ୧୫ଶହ ହିତାଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଏଲ୍ପିଜି ଗ୍ୟାସ୍ ବଣ୍ଟନ କରିଥିଲେ ।
