ବିଜେପି ଓଡିଶାରେ ଏଥର ସରକାର କରିବ : ଭୁପିନ୍ଦର ଯାଦବ

ଭୁବନେଶ୍ୱର : କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ତୃଣମୂଳସ୍ତରରେ ପହଂଚାଇବାରେ ରାଜ୍ୟସରକାର ବିଫଳ । ଏହା ରାଜ୍ୟବାସୀ ଜାଣିସାରିଲେଣି । ଏଣୁ ଓଡିଶାରେ ଏଥର ଭାରତୀୟ ଜନତା ପାର୍ଟି ହିଁ ସରକାର କରିବ । ଓଡିଶାବାସୀ ରାଜ୍ୟରେ ଦୀର୍ଘ ଦିନଧରି ଶାସନ କରୁଥିବା ବିଜେଡିକୁ ଏଥର ଶାସନଗାଦିରୁ ହଟାଇବେ ଏବଂ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟିଙ୍କୁ ହିଁ ଜନମତ ଦେବେ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଏବଂ ସାଂସଦ ଭୁପିନ୍ଦର ଯାଦବ ।
ଦଳିୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ ଭୁପିନ୍ଦର କହିଛନ୍ତି କି ଏବେ ନିକଟରେ ଦଳର ରାଷ୍ଟ୍ରୀୟ ଅଧିବେସନରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭାରତକୁ ପ୍ରଗତିର ଶିଖରରେ ପହଂଚାଇ ପାଇଁ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳତାକୁ ନେଇ ଦଳ ଆଗାମି ନିର୍ବାଚନରେ ଲୋକଙ୍କ ପାଖରେ ପହଂଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକାଳରେ କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନା ପୁର୍ବରୁ ଆଉ କୌଣସି ସରକାର ସମୟରେ ହୋଇନଥିଲା । କୃଷକ ସମୃଦ୍ଧ ହେଲେ ଯାଇ ସମୃଦ୍ଧ ଭାରତ ହୋଇପାରିବ । ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ସରକାର ସମୟରେ ବ୍ୟାପକ ବଢାଯାଇଛି । ୟୁପିଏର ଶେଷ ୫ ବର୍ଷର କଂଗ୍ରେସ ସରକାର ସମୟରେ ଯାହା ବଜେଟ ଆବଂଟନ ଥିଲା ତାହା ଏବେ ଦୁଇ ଗୁଣ ହୋଇଛି । ୟୁପିଏର ଶେଷ ୫ ବର୍ଷ ୨୦୦୯ରୁ ୨୦୧୪, ବଜେଟରେ କୃଷି କ୍ଷେତ୍ର ପାଇଁ ସମୁଦାୟ ୧ଲକ୍ଷ ୨୧ ହଜାର କୋଟି ଦିଆଯାଇଥିଲା ବେଳେ ବିଜେପିର ୫ ବର୍ଷରେ ଏହା ୨ ଲକ୍ଷ ୧୧ ହଜାର କୋଟି ହୋଇଛି ।

 ଭାରତକୁ ପ୍ରଗତିର ଶିଖରରେ ପହଂଚାଇ ପାଇଁ କେନ୍ଦ୍ର ସରକାର କରିଥିବା ଜନକଲ୍ୟାଣ ଯୋଜନାର ସଫଳତାକୁ ନେଇ ଦଳ ନିର୍ବାଚନରେ ଲୋକଙ୍କ ପାଖରେ ପହଂଚିବ
 କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ତୃଣମୂଳସ୍ତରରେ ପହଂଚାଇବାରେ ରାଜ୍ୟସରକାର ବିଫଳ
 ଦେଶର ଜନତା ଚଟଣା ଭଳି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ଅଛନ୍ତି
 ଭ୍ରଷ୍ଟାଚାର କରିବା ପାଇଁ କଂଗ୍ରେସ ଏବଂ କମ୍ପାନୀ ମଜବୁର ସରକାର ଚାହୁଁଛନ୍ତି କିନ୍ତୁ ଦେଶର ଜନତା ଚାହୁଁଛନ୍ତି ‘ମଜଭୁତ ସରକାର’

ଶ୍ରୀ ଯାଦବ କହିଛନ୍ତି ଦେଶର ଜନତା ଚଟଣା ଭଳି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ଅଛନ୍ତି । ଶ୍ରୀ ମୋଦିଜୀଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନରେ ଅଧିକ ବହୁମତ ସହିତ ଭାରତୀୟ ଜନତା ପାର୍ଟିର ଏନଡିଏ ସରକାର ଗଢିବା ନିଶ୍ଚିନ୍ତ । ଦେଶ ପ୍ରଗତିର ପଥ ଏବଂ ବିକାଶର ନୂଆ ପଥରେ ଯଦି କେଉଁ ରାଜନୀତି ଦଳ ନେଇପାରିବ, ସେହି ଦଳ ହେଉଛି ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଏବଂ କେବଳ ଭାରତୀୟ ଜନତା ପାର୍ଟି କରିପାରିବ । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମେ ୨୦୨୨ ସୁଦ୍ଧା ଏକ ନୂଆ ଭାରତର ସ୍ୱପ୍ନ ଦେଖାଯାଇଛି ।
କଂଗ୍ରେସ ଏବଂ କମ୍ପାନୀ ମଜବୁର ସରକାର ଚାହୁଁଛି ଭ୍ରଷ୍ଟାଚାର କରିବା ପାଇଁ, ସୁରକ୍ଷା କ୍ଷେତ୍ରରେ ଦଲାଲି, ଋଣଛାଡ କରିବାରେ ଘୋଟାଲା କିନ୍ତୁ ଦେଶର ଜନସାଧାରଣମାନେ ‘ମଜଭୁତ ସରକାର’ଚାହୁଁଛନ୍ତି । ଭ୍ରଷ୍ଟାଚାରର ସମାପ୍ତ ଚାହୁଁଛନ୍ତି । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ପୁଣି “ସବ୍କା ସାଥ୍, ସବ୍କା ବିକାଶର” ସିଦ୍ଧାନ୍ତ ସହିତ ୩୫ ଦଳ ସହ ମେଟଂ ହୋଇଛି । ସେପଟେ ସ୍ୱାର୍ଥ ଏବଂ ସତା ପାଇଁ କଂଗ୍ରେସ ଏବଂ କମ୍ପାନୀ ଏଭଳି ମେଟଂ କରୁଛନ୍ତି ଯାହାର କେହି ନେତା ନାହାନ୍ତି କି କୌଣସି ନୀତି ଏବଂ ସିଦ୍ଧାନ୍ତ ନାହିଁ । ଠଗ ବନ୍ଧନର ଏହି ମେଟଂ ଜାଣିସାରିଲାଣି ସେମାନେ ଏକାକି ଭାବେ ଭାରତୀୟ ଜନତା ପାର୍ଟିର ମୁକାବଲା କରିପାରିବେ ନାହିଁ ।
ଶ୍ରୀ ଯାଦବ କହିଛନ୍ତି କି ଗତ ପାଚଂବର୍ଷ ଶାସନକାଳରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ସରକାରରେ ଦୁର୍ନିତିର ଗୋଟିଏ ବି ଦାଗ ଲାଗିନି । କିନ୍ତୁ ସୋନିଆ-ମନମୋହନଙ୍କ କଂଗ୍ରେସ ସରକାର ସେତେବେଳେ ଅନ୍ତରୀକ୍ଷରୁ ପାତାଳ ପର୍ଯ୍ୟନ୍ତ ଲୁଟିବାର କାମ କରୁଥିଲା । ହେଲେ ପ୍ରଧାନମନ୍ତ୍ରୀ ଦେଶର ଚୋକିଦାର ଛାଡିଲା ବାଲା ନୁହଁନ୍ତି । ଦେଶକୁ ଲୁଟୁଥିବା ଲୋକମାନଙ୍କୁ ଛଡା ଯିବନି । ଏଥିପାଇଁ ଏବେ ଭ୍ରଷ୍ଟାଚାରୀମାନଙ୍କର ଭୟ ବଢିଛି ।
କଂଗ୍ରେସ ତାହାର କାର୍ଯ୍ୟକାଳରେ ପ୍ରତିରକ୍ଷା କ୍ଷେତ୍ରରେ ଦଲାଲ କରି ପଇସା ଖାଉଥିବା ବେଳେ ଏବେ ରାଫେଲ ଡିଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ସୁପ୍ରମ୍କୋର୍ଟ ସ୍ପଷ୍ଟ କରି କହିଛନ୍ତି ରାଫେଲ ଡିଲରେ କୌଣସି ଅନିମିୟତତା ନାହିଁ । କେନ୍ଦ୍ର ରକ୍ଷାମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ ରାହୁଲ ଗାନ୍ଧି କହୁଥିବା ମିଛକୁ ଜନତାଙ୍କ ସାମ୍ନାକୁ ଆଣିଛନ୍ତି । କଂଗ୍ରେସ ଶାସନର ଏକ ଖବରୀ ଦଲାଲକୁ ଭାରତ ଆଣାଯାଥିଲା । ଯାହାକୁ ପଚରା ଉଚରା କଲା ପରେ ଜଣାପଡିଲାକି କଂଗ୍ରେସ ସରକାର କେବଳ ହେଲିକପ୍ଟର ଘୋଟାଲାରେ ସାମିଲ ନୁହେଁ , ବଂର ଏହାର ଚେର କଂଗ୍ରେସ ସରକାର ସମୟରେ ଯୁଦ୍ଧ ବିମାନର ଡିଲ୍ରେ ବି ଜଡିତ ଥିଲା ବୋଲି ଶ୍ରୀ ଯାଦବ କହିଛନ୍ତି
ଶ୍ରୀ ଯାଦବ କହିଛନ୍ତି ଭାଜପା ସରକାର ସମାନ୍ୟ ଶ୍ରେଣୀର ଗରିବ ଯୁବକଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ୧୦% ସଂରକ୍ଷଣ ଐତିହାସିକ ନିଷ୍ପତି ନେଇଛନ୍ତି । ଏହା ସଙ୍ଗେ ସଙ୍ଗେ ପଛୁଆ ବର୍ଗର ଆୟୋଗକୁ ସାମ୍ବିଧାନିକ ଦର୍ଜା ଦେବାର କାମ ମଧ୍ୟ ମୋଦି ସରକାର ହିଁ କ଼ରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଦନ ସିଂହଦେଓ, ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

                    (ବିଜେପି ମିଡିଆ ସେଲ୍)

Leave A Reply

Your email address will not be published.