ପୋଇଗୁଡା ଟ୍ରକ ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୋଇଗୁଡା ଟ୍ରକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଦୁର୍ଘଟଣା କିପରି ହେଲା ଓ ଟ୍ରକରେ ଏତେ ଯାତ୍ରୀ କିପରିଯାଉଥିଲେ ତାର ତଦନ୍ତ ନିର୍ଦେଶ ଦେିଛନ୍ତି ପରିବହନମନ୍ତ୍ରୀ ନୃସିଂହ ସାହୁ ।

ସପଟେ ଘଟଣାକୁ ନେଇ ବ୍ରାହ୍ଣଣୀ ଗାଁରେ ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ବ୍ରାହ୍ମଣୀଗାଁ ଲୋକ ବ୍ରାହ୍ମଣୀଗାଁ ଡାକ୍ତରଖାନା ପହଞ୍ଚିଥିବା  ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.